ଖବର କାଗଜରେ ପ୍ରକାଶିତ ହେଲା ସଂସ୍ଥାର ସାର୍ବଜନୀନ କ୍ଷମାପ୍ରାର୍ଥନା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପତଞ୍ଜଳି ଆର୍ୟୁବେଦ କମ୍ପାନୀର ଭ୍ରମାତ୍ମକ ବିଜ୍ଞାପନ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି । ସଂସ୍ଥା ମୁଖ୍ୟ ଯୋଗଗୁରୁ ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣ ମଧ୍ୟ କୋର୍ଟରେ ହାଜର ହୋଇସାରିଛନ୍ତି । ଏହା ପୂର୍ବରୁ ସଂସ୍ଥା ଏକ ସାର୍ବଜନୀନ କ୍ଷମାପ୍ରାର୍ଥନା କରିଛି ।  ବିଜ୍ଞାପନ ମାମଲାରେ ପତଞ୍ଜଳି ବାର୍ ବାର୍ କ୍ଷମା ପ୍ରାର୍ଥନା କରିଛି । ଏହା ସହ ୬୭ ଟି ନ୍ୟୁଜ୍ ପେପରରେ ମଧ୍ୟ ଏନେଇ କ୍ଷମା ପ୍ରାର୍ଥନା ସମ୍ବଳିତ ପାଠ ପ୍ରକାଶ କରିଛି ।

ତଥାପି ଏଥିରେ ଶାନ୍ତ ହୋଇ ନାହାଁନ୍ତି ସର୍ବୋଚ୍ଚ ଅଦାଲତ । ମାମଲା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ଏହି କ୍ଷମା ପ୍ରାର୍ଥନା ଏକ ପୂର୍ଣ୍ଣ ପୃଷ୍ଠାର ବିଜ୍ଞାପନ ସହ ସମାନ କି? ଆଜି ସକାଳେ ପ୍ରକାଶିତ ବିଜ୍ଞାପନ ଏକ ଖବରକାଗଜ ପୃଷ୍ଠାର ଏକ ଚତୁର୍ଥାଂଶ ସ୍ଥାନ ନେଇଛି। ଯୋଗ ଗୁରୁ ରାମଦେବ ଏବଂ ତାଙ୍କ ସହଯୋଗୀ ବାଲକ୍ରିଷ୍ଣା ଆଜି ଖବରକାଗଜରେ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିଛନ୍ତି।

ପତଞ୍ଜଳି ଗତକାଲି ମଧ୍ୟ କ୍ଷମା ମାଗିଥିଲେ, କିନ୍ତୁ ଏହି କ୍ଷମା ପ୍ରାର୍ଥନା ବିଭ୍ରାନ୍ତିକର ବିଜ୍ଞାପନ ଆକାରଠାରୁ ଛୋଟ ହୋଇଥିବାରୁ ପ୍ରଶ୍ନ କରିଥିଲେ ଅଦାଲତ। ଯୋଗ ଗୁରୁ ସ୍ବାମୀ ରାମଦେବଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ଆଉ ଏକ ବଡ଼ ଝଟକା ଲାଗିଛି। କାରଣ ତାଙ୍କର ଯୋଗ ଶିବିର ପାଇଁ ବର୍ତ୍ତମାନ ସେବା ଟିକସ ଦେବାକୁ ପଡ଼ିବ। ଜଷ୍ଟିସ ଅଭୟ ଏମ ଓକ ଏବଂ ଜଷ୍ଟିସ ଉଜ୍ଜ୍ବଲ ଭୂୟାଁଙ୍କ ସୁପ୍ରିମକୋର୍ଟର ଏକ ବେଞ୍ଚ ଏହି ମାମଲାରେ ସେବା ଟିକସ ଅପିଲ ଟ୍ରିବ୍ୟୁନାଲର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି।

Leave A Reply

Your email address will not be published.