୫୧ ବର୍ଷରେ ପାଦ ଥାପିଲେ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୫୧ ବର୍ଷରେ ପାଦ ଥାପିଲେ ଭାରତୀୟ କ୍ରିକେଟ୍ ଟିମର ମହାନ କ୍ରିକେଟର ସଚିନ ତେନ୍ଦୁଲକର |  ଆଜି ଏପ୍ରିଲ ୨୪ ବୁଧବାର ତାଙ୍କ ଜନ୍ମଦିନ। ଏଥିପାଇଁ ସଚିନଙ୍କୁ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି। ସୋସିଆଲ ମଡିଆରେ ବହୁ ପ୍ରଶଂସକ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।  ମାତ୍ର ୧୬ ବର୍ଷ ବୟସରେ ଆନ୍ତର୍ଜାତୀୟ କ୍ରିକେଟରେ ପାଦ ଦେଇଥିବା ସଚିନ୍ ତିନି ଦଶନ୍ଧିରୁ ଅଧିକ ସମୟ ଧରି କ୍ରିକେଟରେ ରାଜୁତି କରିଥିଲେ। ଏହି କାରଣରୁ ସଚିନଙ୍କୁ ମିଳିଥିଲା “ଗଡ୍ ଅଫ କ୍ରିକେଟ”ର ଆଖ୍ୟା |

୧୯୮୯ରେ ସେ ପାକିସ୍ତାନ ବିପକ୍ଷରେ ପ୍ରଥମ ଦିନିକିଆରୁ କ୍ୟାରିୟର ଆରମ୍ଭ କରିଥିଲେ। କ୍ରିକେଟ୍‌ କ୍ୟାରିୟର ମଧ୍ୟରେ ସେ ଅନେକ ପାହାଚ ଚଢ଼ିବା ସହିତ ବହୁ ବିଶ୍ବ ରେକର୍ଡ ସୃଷ୍ଟି କରି ଦେଶର ନାମକୁ ସ୍ବତନ୍ତ୍ର ସ୍ଥାନରେ ପହଞ୍ଚାଇବାରେ ସଫଳ ହୋଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ଶତକରେ ଶତକ କରିବାରେ ସେ ହେଉଛନ୍ତି ପ୍ରଥମ କ୍ରିକେଟର। ୧୯୮୩ ମସିହାରେ ସଚିନଙ୍କୁ ଯେତେବେଳେ ୧୦ ବର୍ଷ ହୋଇଥିଲା ସେ ସମୟରେ ଭାରତ ବିଶ୍ୱକପ ଜିତିଥିଲା। ଏଥିରୁ ଅନୁପ୍ରାଣିତ ହୋଇ ସଚିନ କ୍ରିକେଟରେ ପାଦ ଦେଇଥିଲେ।

୧୪ ବର୍ଷ ବୟସରେ, ସଚିନ ବୋଲର ହେବାକୁ ଚାହୁଁଥିଲେ, ଏଥିପାଇଁ ସେ ଚେନ୍ନାଇର ଏମଆରଏଫ ପେସ ଫାଉଣ୍ଡେସନକୁ ମଧ୍ୟ ଯାଇଥିଲେ, କିନ୍ତୁ ଡେନିସ ଲିଲି ତାଙ୍କୁ ରିଜେକ୍ଟ କରିଦେଇ ଥିଲେ। ସଚିନ ସ୍କୁଲ କ୍ରିକେଟ୍ ମାଧ୍ୟମରେ ପ୍ରଥମ ଥର ପାଇଁ ଲାଇମଲାଇଟକୁ ଆସିଥିଲେ । ସେ ସମୟରେ ସେ ଶ୍ରଦ୍ଧାଶମ ବିଦ୍ୟାମନ୍ଦିର ସ୍କୁଲ ପାଇଁ  କ୍ରିକେଟ୍ ଖେଳୁଥିଲେ । ଏଥିରେ ବିନୋଦ କାମ୍ବଲିଙ୍କ ସହଙ୍କ ସହ ମିଶି ସେ ୬୬୪ ରନ୍ ସଂଗ୍ରହ କରିଥିଲେ। ଏଥିରେ ସଚିନ୍ ଏକା ୩୨୬ ରନ୍ ସ୍କୋର କରିଥିଲେ। ସଚିନ୍‌ଙ୍କ କୋଚ୍ ରାମକାନ୍ତ ତାଙ୍କୁ ସବୁବେଳେ ଆଉଟ ନହେବା ଲାଗି ପରାମର୍ଶ ଦେଉଥିଲା । ପୁରା ସିଜନରେ ଆଉଟ୍ ନ ହେବା ଲାଗି ସେ ସଚିନଙ୍କୁ ମୁଦ୍ରା ଉପହାର ଦେଉଥିଲେ ।

Leave A Reply

Your email address will not be published.