ହିଞ୍ଜିଳିରୁ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଗକୁ ନିର୍ବାଚନ ଥିବା ବେଳେ ଆଜି ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।  ତାଙ୍କ ସହ ୫ଟି ଅଧ୍ୟକ୍ଷ ଭି .କେ.ପାଣ୍ଡିଆନ୍ ମଧ୍ୟ ଯାଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସହ ଗଞ୍ଜାମରୁ ପ୍ରାର୍ଥୀ ହୋଇଥିବା ସମସ୍ତ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ମଧ୍ୟ ଉପସ୍ଥିତ ଅଛନ୍ତି। ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କରି ନବୀନ କହିଛନ୍ତି, ବିରୋଧୀ ଦଳ ବିକାଶ କାମରେ ବାଧା ସୃଷ୍ଟି କରୁଛନ୍ତି, ଅପପ୍ରଚାର କରୁଛନ୍ତି । ଏଭଳି କରି କେହି କେବେ ସଫଳ ହେବେନି । ଲୋକଙ୍କ ଆଶୀର୍ବାଦରେ ବିଜେଡି ବିପୁଳ ବିଜୟ ହାସଲ କରିବ ଏବଂ ଲୋକସଭାରେ ମଧ୍ୟ ବିଜେଡି ଭଲ କରିବ ବୋଲି ନବୀନ ଦୃଢୋକ୍ତି ଦେଖାଇଛନ୍ତି ।

୨୦୩୬ ସୁଦ୍ଧା ଓଡ଼ିଶା ଏକ ନମ୍ବର ହେବ। ଲୋକସଭା ନିର୍ବାଚନରେ ବି ବିଜେଡି ଭଲ ପ୍ରଦର୍ଶନ କରିବ। ଏଥିପାଇଁ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ପ୍ରଥମେ ହିଞ୍ଜିଳି ଓ ପରେ ଶେରଗଡ଼ରେ ବିଶାଳ ଜନସମାବେଶକୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିବେ। ୨୦୨୪ ସାଧାରଣ ନିର୍ବାଚନ ପାଇଁ ଆଜିଠାରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ହିଞ୍ଜିଳି ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

Leave A Reply

Your email address will not be published.