ସବୁଠୁ ହାଲୁକା ବୁଲେଟପ୍ରୁଫ ଜ୍ୟାକେଟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶତ୍ରୁଙ୍କ ଗୁଳିରୁ ଯବାନଙ୍କ ଜୀବନ ରକ୍ଷା ପାଇଁ ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ (ଡିଆରଡିଓ) ତିଆରି କରିଛି ସବୁଠୁ ହାଲୁକା ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌। ଏହି ଜ୍ୟାକେଟ ସର୍ବୋଚ୍ଚ ବିପଦ ସ୍ତର 6 ଠାରୁ ସୁରକ୍ଷା ପ୍ରଦାନ କରିବ । ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି । ଏହା ସମ୍ପୁର୍ଣ୍ଣ ରୂପେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି ।

ପୂର୍ବରୁ ଥିବା ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ର  ଓଜନ ଅଧିକ ରହୁଥିବାରୁ ଅପରେଶନ ସମୟରେ ତାହାକୁ ପିନ୍ଧି କାର୍ଯ୍ୟ କରିବାରେ ଯବାନମାନଙ୍କ ପାଇଁ କିଛିଟା ସମସ୍ୟା ଉପୁଜୁଥିଲା। କିନ୍ତୁ ଏହି ହାଲୁକା ଜ୍ୟାକେଟ୍‌ ସେହି ସମସ୍ୟା ଦୂର କରିବା ସହିତ ସବୁଠୁ ଅଧିକ ବିପଜ୍ଜନକ ସାବ୍ୟସ୍ତ ହେଉଥିବା ବିଆଇଏସ ଗୋଳାବାରୁଦର ଲେଭେଲ-୬ ଠାରୁ ଯବାନମାନଙ୍କୁ ସୁରକ୍ଷା ଦେବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ତେବେ ବୟାନରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, “ଏହି ଜ୍ୟାକେଟ ଡିଫେନ୍ସ ଏବଂ ଷ୍ଟାର ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଆଷ୍ଟାବ୍ଲିସମେଣ୍ଟ କାନପୁର ପକ୍ଷରୁ ଏହାକୁ ବିକଶିତ କରାଯାଇଛି ।

7.62 X 54 R API ଗୁଳିରୁ ସୁରକ୍ଷା ପାଇଁ ଦେଶର ହାଲୁକା ବୁଲେଟପ୍ରୁଫ୍ ଜ୍ୟାକେଟକୁ ସଫଳତାର ସହିତ ବିକଶିତ କରାଯାଇଛି । ନିକଟରେ ଚଣ୍ଡିଗଡରେ ବୁଲେଟପ୍ରୁଫ ଜ୍ୟାକେଟର ପରୀକ୍ଷଣ ଟିବିଆରଏଲ ପକ୍ଷରୁ କରାଯାଇଥିଲା । ଏହି ଜ୍ୟାକେଟର ଦ ଫ୍ରଣ୍ଟ ହାର୍ଡ ଆରମୋର ପ୍ୟାନେଲ(HAP) 7.62 X 54 R API ଗୁଳିରୁ ସୁରକ୍ଷା ଯୋଗାଇବ ।”

Leave A Reply

Your email address will not be published.