ରାଜଭବନ ଛକରେ ମଦ୍ୟପ ଚାଳକର ଘଟାଇଲା ସିରିଜ୍ ଦୁର୍ଘଟଣା: ଜଣଙ୍କର ଜୀବନ ଗଲା

0

ଓଡ଼ିଆ ନ୍ୟୁଜ୍: ଆଜି ସନ୍ଧ୍ୟାରେ ରାଜଭବନ ଛକରେ ମଦ୍ୟପ ଚାଳକର ଘଟାଇଲା ସିରିଜ୍ ଦୁର୍ଘଟଣା। ଏକ ହୁଣ୍ଡାଇ କାର୍ ରଙ୍ଗ୍ ରୁଟ୍‌ରେ ଆସି ଦୁଇ ବାଇକକୁ ଧକ୍କା ଦେଇଛି। କାର୍ ବାଇକ୍ ଦୁଇଟିକୁ କିଛି ବାଟ ଘୋଷାଡ଼ି ନେଇ ରାଜଭବନ ଗୋଲେଇ ଛକର ଡିଭାଇଡର ଉପରକୁ ଚଢିଯାଇଥିଲା।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଗୋଟିଏ ବାଇକ୍ କାର ତଳେ ରହିଥିବାବେଳେ ଅନ୍ୟ ଏକ ବାଇକ୍‌ ଦୂରକୁ ଛିଟିକି ପଡିଥିଲା।ଘଟଣାସ୍ଥଳରେ ଗୁରୁତର ଆହତ ହୋଇଥିବା ଦୁଇ ବାଇକ୍ ଚାଳକଙ୍କ ସମେତ ଅନ୍ୟ ଦୁଇ ଗୁରୁତର ଆହତଙ୍କୁ ଚିକିତ୍ସାଲାଗି କ୍ୟାପିଟାଲ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ କାର୍ ଡ୍ରାଇଭର ଜଣଙ୍କ ମଦ୍ୟପାନ କରିଥିବା ଜଣାପଡ଼ିଛି।

Leave A Reply

Your email address will not be published.