ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ମିଧିଲି

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ମିଧିଲି । ଏହା ବାଂଲାଦେଶ ଉପକୂଳରେ ଲାଣ୍ଡଫଲ୍ କରିବ । ଉତ୍ତରପୂର୍ବ ଦିଗକୁ ଘଣ୍ଟାକୁ ୨୦ କିମି ବେଗରେ ଗତି କରୁଛି ବାତ୍ୟା । ଆସନ୍ତାକାଲି ଅର୍ଥାତ୍ ୧୮ ତାରିଖ ଭୋର ସମୟରେ ମୋଙ୍ଗଲା ଓ ଖେପାପୁରା ମଧ୍ୟରେ ସ୍ଥଳଭାଗକୁ ଅତିକ୍ରମ କରିବ । ଏହି ବାତ୍ୟା ଉତ୍ତର-ପୂର୍ବ ଦିଗକୁ ଘଣ୍ଟା ପ୍ରତି ୨୦ କିମି ବେଗରେ ଗତି କରୁଛି ।

ଏହା ବାଲାଂଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଓଡ଼ିଶା ଉପରେ ବାତ୍ୟା ‘ମିଧିଲି’ର ସିଧାସଳଖ ପ୍ରଭାବ ପଡ଼ିବ ନାହିଁ । ହେଲେ ଏହା ପ୍ରଭାବରେ ଆଜି ରାଜ୍ୟର ଦୁଇଟି ଜିଲ୍ଲା ଜଗତସିଂହପୁର ଓ କେନ୍ଦ୍ରାପଡାରେ ପ୍ରବଳ ବର୍ଷା ହୋଇପାରେ । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଉପକୂଳ ଓଡ଼ିଶାର କିଛି ଜାଗାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ଗୁରୁବାର ସନ୍ଧ୍ୟା ସୁଦ୍ଧା ପାରାଦୀପ ଓ ଚାନ୍ଦବାଲିରେ ହାଲୁକା ବର୍ଷା ହୋଇଛି ।

କୋହଲା ପାଗ ଯୋଗୁ ପ୍ରାୟ ସବୁଠି ଦିନ ତାପମାତ୍ରା ଖସିଛି । ପାଣିପାଗ ବିଭାଗର ଆକଳନ କହୁଛି, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକରେ କିଛି କିଛି ସ୍ଥାନ ସମେତ କଟକ, ଯାଜପୁର, ବାଲେଶ୍ୱର, ପୁରୀ, ଖୋର୍ଦ୍ଧା ଓ ମୟୂରଭଞ୍ଜର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । କେନ୍ଦ୍ରାପଡ଼ା, ଜଗତସିଂହପୁରର ଗୋଟିଏ ଦୁଇଟି ସ୍ଥାନରେ ସକାଳ ସୁଦ୍ଧା ପ୍ରବଳ ବର୍ଷା (୭୦ ମିଲିମିଟରରୁ ୧୧୦ ମିମି ପର୍ଯ୍ୟନ୍ତ) ଆଶଙ୍କା ଅଛି ।

Leave A Reply

Your email address will not be published.