ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୭ ସମ୍ମିଳନୀରେ ସାମିଲ୍ ହେବା ପାଇଁ ଜାପାନର ହିରୋସିମାରେ ପହଞ୍ଚିଛନ୍ତି। ହିରୋସିମାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଖାଦ୍ୟ, ସାର ଏବଂ ଶକ୍ତି ସୁରକ୍ଷା ବୈଶ୍ବିକ ଚାଲେଞ୍ଜ ଉପରେ କଥା ହୋଇପାରନ୍ତି। ଜି-୭
ସମ୍ମିଳନୀର ବର୍ତ୍ତମାନର ଅଧ୍ୟକ୍ଷ ଭାବରେ ଜାପାନ ଏହି ସମ୍ମିଳନୀର ଆୟୋଜନ କରୁଛି। ତେବେ ହିରୋସିମାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନିକକେଇ ଆସିଆ ତାଙ୍କୁ ସାକ୍ଷତାକାରରେ ଆତଙ୍କବାଦ ଉପରେ ବଡ଼ ବୟାନ ରଖିଛନ୍ତି। ଆଉ ଏଠାରେ ଜି-୭ ସମ୍ମିଳନୀ ପୂର୍ବରୁ ସେ ଆତଙ୍କବାଦ ପ୍ରସଙ୍ଗ ଉଠାଇଛନ୍ତି। ନାଁ ନନେଇ ପାକିସ୍ତାନକୁ ଟାର୍ଗେଟ କରି କହିଛନ୍ତି ‘ସେ ଆତଙ୍କବାଦ ଉପରେ ଲଗାମ ଲଗାନ୍ତୁ।
ଏକ ଆତଙ୍କବାଦୀ ମୁକ୍ତ ବାତାବରଣ ହେବା ଆବଶ୍ୟକ। ଏନେଇ ଆବଶ୍ୟକୀୟ ପଦକ୍ଷେପ ନେବା ପାକିସ୍ତାନର ଦ୍ବାୟିତ୍ବ।’ ପ୍ରଧାନମନ୍ତ୍ରୀ ଚୀନ ସହ ସଂଲଗ୍ନ ସୀମାକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ମୋଦୀ କହିଛନ୍ତି ‘ଚୀନ ସହ ସାମାନ୍ୟ ଦ୍ବିପାକ୍ଷିକ ସଂପର୍କ ପାଇଁ ସୀମା ଅଞ୍ଚଳରେ ଶାନ୍ତି ଆବଶ୍ୟକ। ଉଭୟ ଦେଶର ଭବିଷ୍ୟତର ବିକାଶ କେବଳ ପରସ୍ପର ସମ୍ମାନ, ସମ୍ବେଦନଶୀଳତା ଏବଂ ପରସ୍ପରର ହିତ ଉପରେ ଆଧାରିତ ହୋଇପାରେ।
ସମ୍ବନ୍ଧକୁ ସାମାନ୍ୟ କରିବା ଦ୍ବାରା ବ୍ୟାପକ କ୍ଷେତ୍ର ଏବଂ ଦୁନିଆକୁ ଲାଭ ହେବ।’ ସେହିଭଳି ରୁଷ-ୟୁକ୍ରେନ ଯୁଦ୍ଧ ଉପରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଭାରତ ଶାନ୍ତି ସହ ରହିଛି। ଏହା ସଂଘର୍ଷର ସମୟ ନୁହେଁ ବରଂ ସହଯୋଗର ସମୟ ବୋଲି କହିଛନ୍ତି ମୋଦୀ। ବିବାଦ ନୁହେଁ ସହଯୋଗରେ ଆଗାମୀ ସମୟ ନିର୍ଦ୍ଧାରିତ ହେବ। ଉଭୟ ଦେଶଙ୍କ ମଧ୍ୟରେ ଆମର କଥାବାର୍ତ୍ତା ଜାରି ରହିଛି।
ଆମେ ଆବଶ୍ୟକୀୟ କରୁଥିବା ସମସ୍ତଙ୍କୁ ସାହାଯ୍ୟ କରିବା ଜାରି ରଖିବୁ।ସୂଚନାଥାଉକି, ପିଏମ ମୋଦୀ ୬ ଦିନିଆ ବିଦେଶ ଗସ୍ତରେ ଅଛନ୍ତି। ଜାପାନ ପରେ ପିଏମ ମୋଦୀ ପାପୁଆଁ ନ୍ୟୁଗିନି ଯିବେ ଏବଂ ଶେଷରେ ସିଡନୀ ଯିବେ। ପିଏମ ମୋଦୀଙ୍କ ପାପୁଆଁ ନ୍ୟୁଗିନିର ପ୍ରଥମ ଗସ୍ତ ହେବ। କାନାଡା, ଫ୍ରାନ୍ସ,, ଜର୍ମାନୀ, ଜାପାନ, ଇଟାଲୀ, ବ୍ରିଟେନ ଏବଂ ଆମେରିକା ସଦସ୍ୟ ଅଛନ୍ତି ଭାରତକୁ ଅତିଥି ଦେଶ ଭାବରେ ଆମନ୍ତ୍ରିତ କରାଯାଇଛି।