ଲାଇଫ ପାର୍ଟନରକୁ ପୁରୁଣା ପ୍ରେମ ସମ୍ପର୍କ ବିଷୟରେ କହିବା ଠିକ ନାଁ ଭୁଲ?

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ବିବାହ ଗୋଟିଏ ନୂଆ ଜୀବନର ଶୁଭାରମ୍ଭ ହୋଇଥାଏ । ଯେଉଁଠାରେ ଗୋଟିଏ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ପାଇଁ ଦୁହେଁ ସାଙ୍ଗ ହୋଇ ଚାଲନ୍ତି । କୁହାଯାଏ କି, ଗୋଟିଏ ସମ୍ପର୍କ ଗଢ଼ିବା ପାଇଁ ସତ୍ୟରେ ହିଁ ସୃଷ୍ଟି ହୋଇଥାଏ । ଏଭଳି ପରିସ୍ଥିତିରେ ବିବାହ ସେଭଳି ଲୋକଙ୍କ ପାଇଁ କାଠିକର ପାଠ ହୋଇଥାଏ ଯେଉଁମାନେ ବିବାହ ପୂର୍ବରୁ ଆଉ କାହା ସହ ଲଭ ରିଲେସନରେ ଥାଆନ୍ତି । ଏଥିପାଇଁ ବିଭିନ୍ନ ପ୍ରକାରର ଟେନସନ ରେ ରୁହନ୍ତି । କିଛି ଲୋକ ଏ ସବୁ ଭିତରେ ନିଷ୍ପତ୍ତି ନେଇପାରନ୍ତି ନାହିଁ କି ସେ ମନ ହାଲକା କରିବା ପାଇଁ ତାଙ୍କ ଲାଇଫ ପାର୍ଟନରଙ୍କୁ ଏ ବିଷୟରେ ଜଣାଇବେ କି ନାହିଁ । କିନ୍ତୁ ଏହି ଡ଼ର ବି ରୁହେ କି ଅତୀତରେ ବିତିଯାଇଥିବା ଘଟଣା ଆପଣଙ୍କ ଭବିଷ୍ୟତ ଉପରେ ପ୍ରଭାବ ନ ପକାଉ ବା ବର୍ତ୍ତମାନ ସମ୍ପର୍କ ଖରାପ ନହେଉ । ତେବେ ଜାଣନ୍ତୁ ଏ ବିଷୟରେ କିଛି ଟିପ୍ସ…

ଲାଇଫ ପାର୍ଟନରଙ୍କୁ ଅତୀତ ବିଷୟରେ କହିବା ଉଚିତ କି ?
ରିଲେସନସିପ ଏକ୍ସପର୍ଟଙ୍କ କହିବା ଅନୁସାରେ, ଲାଇଫ ପାର୍ଟନରଙ୍କ ସହିତ ନୂଆ ଜୀବନ ଆରମ୍ଭ କରିବା ପୂର୍ବରୁ ତାଙ୍କୁ ନିଜ ଅତୀତ ବିଷୟରେ କହିବା ଉଚିତ୍‌ । ଏହା ଆପଣଙ୍କର ସତ୍ୟତା ଓ ନିଷ୍ଠାବାନ ଗୁଣକୁ ଦର୍ଶାଏ, ଯାହା ବାହାଘର ପରି ଗୋଟିଏ ସମ୍ପର୍କରେ ରହିବା ଏକାନ୍ତ ଆବଶ୍ୟକ । କାହା ସହିତ ନିଜ ଅତୀତ ଭଲପାଇବା ବିଷୟରେ କହିବା ପୂର୍ବରୁ ଭଲ ଭାବରେ ଚିନ୍ତା କରିନେବା ଆବଶ୍ୟକ, ଯେ ସେ ଆପଣଙ୍କ ଏହି କଥାକୁ କିପରି ଗ୍ରହଣ କରିବେ । ଯଦି ଆପଣଙ୍କୁ ଲାଗୁଛି କି ଏ ବିଷୟରେ ତାଙ୍କୁ ନଜଣାଇବା ହିଁ ଭଲ ତେବେ ଆପଣ ଏହାକୁ ନିଜ ଭିତରେ ହିଁ ରଖିବା ଆବଶ୍ୟକ । କହିବାକୁ ଗଲେ ତ ଲୋକେ ଏବେ ବହୁତ ମଡର୍ଣ୍ଣ ଓ ଖୋଲା ବିଚାର କରିବା ଭଳି ସବୁ କଥାକୁ ଗ୍ରହଣ କରିବା ଭଳି ହେଇଗଲେଣି ।

ଯେତେବେଳେ ପର ବିଷୟରେ କଥା ଅଛି ସେତେବେଳେ ଲୋକେ ଏପରି ଦର୍ଶାନ୍ତି ଓ ଅନ୍ୟକୁ ଜର୍ଜ କରନ୍ତି । କିନ୍ତୁ  ଯେତେବେଳେ କଥାଟି ନିଜ ଉପରେ ଆସିଯାଏ ସେତେବେଳେ ସେ ନିଜ ଭାବନା ଉପରେ ଫୋକସ କରନ୍ତି । ଏହିସବୁ କ୍ଷେତ୍ରରେ ଯଦି ଝିଅଙ୍କ କଥା ଦେଖିବେ ଓ ତାଙ୍କର ବିବାହ ପୂର୍ବର ଲଭ ରିଲେସନ ଅଛି ତେବେ ସିଧାସଳଖ ତାଙ୍କ ଚରିତ୍ର ଉପରେ ଆଙ୍ଗୁଳି ନିର୍ଦ୍ଦେଶ ହୁଏ । ଅନ୍ୟପକ୍ଷରେ ପୁଅଟିଏ ହେଲେ ଏହାକୁ ଗର୍ବ ବୋଲି ଧରିନିଆଯାଏ ।

ପ୍ରଥମ ଦେଖାରେ କେବେହେଲେ କୁହନ୍ତୁ ନାହିଁ
କିଛି ସମୟରେ ଲୋକ ବଥାବାର୍ତ୍ତା ଆଗକୁ ବଢ଼ାଇବା ପରିବର୍ତ୍ତେ ସିଧାସଳଖ ନିଜ ଅତୀତ ବିଷୟରେ କହିଦେଇଥାନ୍ତି । କାରଣ ତାଙ୍କର ଏହି ଧାରଣା ଥାଏ କି ଏକାଠି ସମ୍ପର୍କ ଗଢ଼ିବା କି ନାହିଁ । କିନ୍ତୁ ଏପରି କରିବା ଭୁଲ । ଆପଣ ପ୍ରଥମେ ଆପଣଙ୍କ ପାର୍ଟନରଙ୍କୁ ଜାଣିବାକୁ ଚେଷ୍ଟା କରନ୍ତୁ । ଯଦି କହିବା ଠିକ୍‌ ଭାବୁଛନ୍ତି ତେବେ କୁହନ୍ତୁ ନଚେତ ଏହାକୁ ନିଜ ଭିତରେ ହିଁ ରଖି ନୂଆ ସମ୍ପର୍କ ଆରମ୍ଭ କରନ୍ତୁ । ଯାଦି ଆପଣ ଭାବୁଛନ୍ତି କି ଏପରି କରିବା ଧୋକା ଦେବା ସହ ସମାନ, ଏପରି ଭାବିବା ଆପଣଙ୍କ ଭୁଲ ଆପଣ ଗୋଟିଏ ନୂଆ ସମ୍ପର୍କ ସହ ନୂଆ ଜୀବନ ମଧ୍ୟ ଆରମ୍ଭ କରୁଛନ୍ତି । ତେଣୁ ଅତୀତକୁ ପଛରେ ଛାଡ଼ିଦେବା ଉଚିତ୍‌ ।

ଲଭ ଲାଇଫ ବିଷୟରେ କହିବା ପୂର୍ବରୁ ରୁହନ୍ତୁ ସାବଧାନ
ଯଦି ଆପଣଙ୍କୁ ଲାଗୁଛି କି ଆପଣଙ୍କ ପାର୍ଟନର ଆପଣଙ୍କ ଅତୀତ ଲଭ ରିଲେସନକୁ ଗ୍ରହଣ କରିବେ, ତେବେ ଆପଣ କେବଳ ତାଙ୍କୁ ଆପଣଙ୍କ ଅତୀତ ଭଲପାଇବା ବିଷୟରେ କୁହନ୍ତୁ । ଡ଼ିଟେଲସରେ କିଛି କୁହନ୍ତୁ ନାହିଁ । କାରଣ ଏହା ଆପରଙ୍କ ପାର୍ଟନରଙ୍କୁ ଅପକମ୍ଫଟେବୁଲ କରିଦେଇପାରେ ।

ଯଦି ପାର୍ଟନର ନିଜେ ପଚାରନ୍ତି ଆପଣଙ୍କ ପାଷ୍ଟ ବିଷୟରେ ତେବେ କ’ଣ କରିବେ?
ଯଦି ଆପଣଙ୍କ ପାର୍ଟନର ଏହାକୁ ବୁଝୁଛନ୍ତି ଓ ଆପଣଙ୍କ ଭବିଷ୍ୟତ ସମ୍ପର୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ତେବେ ସେ ବିଷୟରେ ଜଣାନ୍ତୁ । ନଚେତ ପଚାରିଲେ ମଧ୍ୟ କିଛି ବାହାନା କରି କଥାକୁ ଏଡ଼ାଇ ଦିଅନ୍ତୁ । ଏବଂ ସହାନୁଭୂତି ପାଇବା ଆଶାରେ କେବେ ବି ସବୁ କଥା କୁହନ୍ତୁ ନାହିଁ ।

Leave A Reply

Your email address will not be published.