ଟ୍ରୋଲ ହେଲେ ଉର୍ବଶୀ, ଫ୍ୟାନ୍ସ କହିଲେ ଏମିତି କଥା

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) :ଚାଲିଛି କାନ୍ସ ଫିଲ୍ମ ଫେଷ୍ଟିଭାଲ 2023। ଏହାର ତୃତୀୟ ଦିନ ପୂରିଛି । ଏଠାରେ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ତାରକା ନିଜର ଦମଦାର ଲୁକ୍‌ରେ ନଜର ଆସିଛନ୍ତି ।  ତେବେ ଚଳିତବର୍ଷ କାନ୍ସ ରେ ଉର୍ବଶୀ ରୌତେଲା ନିଜ ଲୁକ୍‌କୁ ନେଇ ବାରମ୍ବାର ଶିରେନାମାରେ ରହିଛନ୍ତି ।

କାନ୍ସର ତୃତୀୟ ଦିନରେ ଉର୍ବଶୀଙ୍କୁ ଏକ ଅଜବ ଲୁକ୍‌ରେ ଦେଖିବାକୁ ମିଳିଛି ।ଫଟୋଗୁଡ଼ିକ ସୋସିଆଲ ମିଡିଆରେ ସେୟାର ହେବା ମାତ୍ରେ ଅଭିନେତ୍ରୀ ତାଙ୍କ ଲୁକ୍ ପାଇଁ ପୁଣି ଟ୍ରୋଲର ଶିକାର ହୋଇଛନ୍ତି । ଏହାପୂର୍ବରୁ ଉର୍ବଶୀଙ୍କ କ୍ରୋକଡାଇଲ ନେକ୍ଲେସ ନେଇ ଟ୍ରୋଲର ଶିକାର ହୋଇଥିଲେ । ଏଥର ସେ ଲିପଷ୍ଟିକ୍ ପାଇଁ ପୁଣି ଟ୍ରୋଲ ହୋଇଛନ୍ତି । କାନ୍ସରେ ତୃତୀୟ ଦିନରେ ଉର୍ବଶୀ ରୌତେଲା ବ୍ଲୁ ହ୍ବାଇଟ ଗାଉନରେ ନଜର ଆସିଛନ୍ତି । ଏହି ଆଉଟଫିଟରେ ଅଭିନେତ୍ରୀ କେଶ ବାନ୍ଧି ବେକରେ ଏକ ଭାରି ହାର ପିନ୍ଧିଛନ୍ତି ।

ଏହା ସହ ଅଭିନେତ୍ରୀ ବୋଲ୍ଡ ବ୍ଲୁ ରଙ୍ଗର ଲିପ୍‌ଷ୍ଟିକ୍‌ ଲଗାଇଥିବା ନଜର ଆସିଥିଲେ । ଅଭିନେତ୍ରୀଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କ ଲିପଷ୍ଟିକକୁ ନେଇ ଟ୍ରୋଲର ଶିକାର ହୋଇଛନ୍ତି । ଜଣେ ଫ୍ୟାନ୍ସ ଲେଖିଛନ୍ତି, ‘ଐଶ୍ୱର୍ଯ୍ୟାଙ୍କ ଲୁକ୍ କପି କରିଛନ୍ତି।’ ଅନ୍ୟ ଜଣେ ଲେଖିଛନ୍ତି, ଆପଣ ଏକ କାର୍ଟୁନ୍ ପରି ଦେଖାଯାଉଛନ୍ତି । ଅନ୍ୟ ଜଣେ ଲେଖିଛନ୍ତି, ‘ବହୁତ ଅଦରକାରୀ ରଙ୍ଗ’ । ଅନ୍ୟ ଜଣେ ଲେଖିଛନ୍ତି, ‘କାନ୍ସକୁ ମେଟ ଗାଲା କରାଯାଇଛି ।’

Leave A Reply

Your email address will not be published.