ଆଡଭାନୀଙ୍କୁ ମିଳିବ ଭାରତ ରତ୍ନ ସମ୍ମାନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ପ୍ରଦାନ କରାଯିବ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ।ଭାରତର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେବେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଲାଲ୍ କୃଷ୍ଣ ଆଡଭାନୀ ।

ଏନେଇ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । ଶନିବାର ପିଏମ୍ ମୋଦି ନିଜ ଏକ୍ସ ଆକାଉଣ୍ଟରେ ଶୁଭେଚ୍ଛା ଜଣାଇବା ସହିତ ‘ଭାରତ ରତ୍ନ’ ମିଳିବା ନେଇ ସୂଚନା ଦେଇଛନ୍ତି ।  ଲାଲ କୃଷ୍ଣ ଆଡଭାନୀଙ୍କର ଜନ୍ମ ୧୯୨୭ ମସିହା ଆଠ ନଭେମ୍ବରରେ ହୋଇଥିଲା। ସେ ଦେଶର ଗୃହ ମନ୍ତ୍ରୀ ଓ ଉପ ପ୍ରଧାନମନ୍ତ୍ରୀ ମଧ୍ୟ ରହିସାରିଛନ୍ତି। ଅନେକ ଥର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଧ୍ୟ ରହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଏକ୍ସ’ରେ ସୂଚନା ଦେଇ କହିଛନ୍ତି ଯେ, ଆମ ସମୟର ସବୁଠୁ ସମ୍ମାନନୀୟ ରାଷ୍ଟ୍ରନେତା ହେଉଛନ୍ତି ଆଡଭାନୀ। ଭାରତର ପ୍ରଗତି ପାଇଁ ତାଙ୍କର ଯୋଗଦାନ ସ୍ମରଣୀୟ। ତୃଣମୂଳ ସ୍ତରରୁ ଯାତ୍ରା ଆରମ୍ଭ କରି ଉପପ୍ରଧାନମନ୍ତ୍ରୀ ହୋଇଥିଲେ। ସ୍ୱରାଷ୍ଟ୍ର, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ସେ କାର୍ଯ୍ୟ କରିଛନ୍ତି। ସଂସଦୀୟ ଅଭିଜ୍ଞତା ସବୁବେଳେ ଉଦାହରଣ ହୋଇ ରହିବ।

Leave A Reply

Your email address will not be published.