କଟକରେ ଭୟଙ୍କର ସଡକ ଦୁର୍ଘଟଣା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କଟକରେ ଭୟଙ୍କର ସଡକ ଦୁର୍ଘଟଣା । କୁହୁଡି ହେଲା କାଳ । ପୃଥକ ପୃଥକ ସ୍ଥାନରେ ରୋଡ ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ହୋଇଛନ୍ତି । ସମସ୍ତ ମୃତାହତ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ପ୍ରଥମ ଦୁର୍ଘଟଣାଟି କଟକ-ଚାନ୍ଦବାଲି ରାସ୍ତାରେ ଘଟିଛି । କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ଆସୁଥିଲା ସୁନାରୂପା ନାମକ ଏକ ଯାତ୍ରୀବାହୀ ବସ୍‌ । କଟକ-ଚାନ୍ଦବାଲି ରାସ୍ତା ଥିବା ବିବିଏନ୍‌ ପ୍ଲାଷ୍ଟିକ୍‌ କମ୍ପାନୀ ନିକଟରେ ଏକ ବାଇକ୍‌କୁ ଧକ୍କା ଦେଇଥିଲା ବସ୍‌ । ଏହି ଦୁର୍ଘଟଣାରେ ଦୁଇ ବାଇକ୍‌ ଆରୋହୀ ଗୁରୁତର ହୋଇଥିଲେ । ସେମାନଙ୍କୁ ସ୍ଥାନୀୟଲୋକଙ୍କ ଜରିଆରେ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଉଭୟଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର ।

ଭୋର ସମୟରେ ତିଗିରିଆ ଗଦାଧରପୁରରେ ଏକ କାର ଦୁର୍ଘଟଣା ଗସ୍ତ ହୋଇଛି । କୁହୁଡି ହୋଇଥିବା କାରଣରୁ ରାସ୍ତା ଦୃଶ୍ୟମାନ ନହେବାରୁ ଏ କାର ଭାରସାମ୍ୟ ହରାଇ ଘରେ ପଶିଯାଇଥିଲା । ଫଳରେ ଘଟଣାସ୍ଥଳରେ 4 ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ପରିଚୟ ମିଳିପାରି ନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । କାରରେ ଥିବା ଯାତ୍ରୀ ବିବାହ ଭୋଜିରେ ସାମିଲ ହୋଇ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ପୋଲିସ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ମୃତଦେହ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛି ।

ଅନ୍ୟପଟେ ମୟୁରଭଞ୍ଜ ଜିଲ୍ଲା ଦେଇଥିଲା ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥ ତାଟ ଛକ ନିକଟରେ ଘଟିଛି ଦୁର୍ଘଟଣା । ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ ଜାମସେଦରପୁରରୁ ଏକ ବାହାଘର ସାରି ଯାଜପୁର ଫେରୁଥିଲେ ବରଯାତ୍ରୀ ବସ୍‌ । ଘନ କୁହୁଡି ଲାଗି ରାସ୍ତାରେ କମ୍‌ ଥିଲା ଭିଜିବିଲିଟ୍‌ । ଯାହାଲାଗି ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକକୁ ପିଟିଥିଲା ବରଯାତ୍ରୀ ବସ୍‌ । ଯେଉଁଥିରେ ୧୦ରୁ ଅଧିକ ଲୋକ ହୋଇଛନ୍ତି ଆହତ । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.