ବିବାହ ଯାତ୍ରା ହେଲା ଶେଷ ଯାତ୍ରା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବିବାହ ଯାତ୍ରା ହେଲା ଶେଷ ଯାତ୍ରା । ଭାରସାମ୍ୟ ହରାଇ ଘରର କାନ୍ଥକୁ ପିଟିଲା କାର୍। ଦୁର୍ଘଟଣାରେ ୪ସାଙ୍ଗଙ୍କର ମୃତ୍ୟୁ ଘଟିଛି। କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଗଦାଧରପୁର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି |

ସୂଚନା ଅନୁସାରେ,  ବିବାହ ଭୋଜି ଖାଇବାକୁ ଯାଇଥିଲେ । ସେଠାରୁ ବିଳମ୍ବିତ ରାତିରେ ଫେରୁଥିଲେ । ଏହି ସମୟରେ ଘନ କୁହୁଡି ଲାଗି ତିଗିରିଆ ଥାନା ଗଦାଧରପୁରରେ ବିନ୍ଧାଣୀ ମା ରାସ୍ତା ନିକଟରେ କାର୍‌ଟି ଭାରସାମ୍ୟ ହରାଇ ଏକ କାନ୍ଥରେ ପିଟି ହୋଇଥିଲା । ଯାହାଫଳରେ କାର୍‌ରେ ଥିବା ୪ଜଣଙ୍କର ମୃତ୍ୟୁ ହୋଇଯାଇଛି ।ସେପଟେ ଦୁର୍ଘଟଣା ସଂପର୍କରେ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଛି ତିଗିରିଆ ପୋଲିସ ।

ତେବେ ପୋଲିସର ପ୍ରାଥମିକ ଅନୁଧ୍ୟାନରୁ ମୃତକଙ୍କ ମଧ୍ୟରେ ଜଣେ ବାଙ୍କି ହରିରାଜପୁର , ଜଣେ ବାଙ୍କି ପାଳପୁଟ, ଜଣେ ବଡମ୍ବା ସହ ଅନ୍ୟ ଜଣଙ୍କର ଘର ଖଜୁରିପଦା ଗାଁରେ ବୋଲି ଜଣାପଡିଛି।

Leave A Reply

Your email address will not be published.