ସମ୍ବଲପୁର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଜି ସମ୍ବଲପୁର ଜିଲ୍ଲା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଦିନିକିଆ ଗସ୍ତରେ ପ୍ରଧାନମନ୍ତ୍ରୀ ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ଉଦଘାଟନ ସହ ରାଜ୍ୟବାସୀଙ୍କୁ ବିଦ୍ୟୁତ, ସଡ଼କ, ରେଳ, ଗ୍ୟାସ ପାଇପଲାଇନ ଆଦି ବହୁ କ୍ଷେତ୍ରରେ ୬୮ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ ।  ଏଥି ସହ ଓଡ଼ିଶାରେ ୬୮ହଜାର କୋଟିରୁ ଉର୍ଦ୍ଧ ମୂଲ୍ୟର ପ୍ରକଳ୍ପଗୁଡ଼ିକର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ । ବିଭିନ୍ନ ରେଳ ଭତ୍ତିଭୂମି ପ୍ରକଳ୍ପ, ଜାତୀୟ ରାଜପଥ, ଶକ୍ତି, ପେଟ୍ରୋଲିୟମ ଓ ଅନେକ ପ୍ରକଳ୍ପ ସହ ଝାରସୁଗୁଡ଼ା ମୁଖ୍ୟ ଡାକଘର ଐତିହ୍ୟ ଭବନକୁ ରାଷ୍ଟ୍ର ଉଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ । ତେବେ ପ୍ରଧାନମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ପୂର୍ବରୁ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶନିବାର ଦିନ ଅପରାହ୍ଣରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସମ୍ବଲପୁର ଗସ୍ତ କରିବେ ପ୍ରଧାନମନ୍ତ୍ରୀ । ପ୍ରାୟ ୪ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ IIM ସମ୍ବଲପୁର କ୍ୟାମ୍ପସର ଲୋକାର୍ପଣ କରିବେ ମୋଦି ।ଏହି କ୍ୟାମ୍ପସରରେ ଅତ୍ୟାଧୁନିକ ହଷ୍ଟେଲ, ଷ୍ଟାଡିୟମ, କନଭେନସନ ସେଣ୍ଟର, ଡିଜିଟାଲ କ୍ଲାସରୁମ ନିର୍ମାଣ କରାଯାଇଛି । ଏଥି ସହ ଏହାର ପ୍ରତି କାନ୍ଥରେ ସମ୍ବଲପୁରୀ ହସ୍ତତନ୍ତର ଛାପ ରହିଛି । ୩ ବର୍ଷ ତଳେ କୋଭିଡ୍‌ ସମୟରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ । ବିଗତ ୧୦ବର୍ଷ ଭିତରେ ଏହି ଅନୁଷ୍ଠାନ ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ନିଜର ମାନ୍ୟତାକୁ ଉପଲବ୍ଧି କରିପାରିଛି ।

IIM ଲୋକାର୍ପଣ ଉତ୍ସବରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।ସେହିପରି IIM ସମ୍ବଲପୁର ସମେତ ଓଡ଼ିଶାରେ ୬୮ହଜାର କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ଗୁଡ଼ିକର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ଓଡ଼ିଶା ପ୍ରଧାନମନ୍ତ୍ରୀଙ୍କ ଯୋଜନାରେ ପୂର୍ବୋଦୟର ବଡ଼ ପୁଞ୍ଜ ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶନିବାର ସମ୍ବଲପୁର ରେଳ ଷ୍ଟେସନ ନବୀକରଣର ଶୁଭ ଦିଆଯିବା ସହ ଅନେକ ରେଳ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । NTPC ସହ ଶକ୍ତିକ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପ, ଜାତୀୟ ରାଜପଥ ପ୍ରକଳ୍ପ ସହ ଗ୍ୟାସ ପାଇପଲାଇନ୍‌ ପ୍ରକଳ୍ପର ଲୋକାର୍ପଣ କରିବେ ମୋଦି । ସେହିଭଳି ଝାରସୁଗୁଡ଼ା ମୁଖ୍ୟ ଡାକଘର ଐତିହ୍ୟ ଭବନକୁ ରାଷ୍ଟ୍ର ଉଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ।

Leave A Reply

Your email address will not be published.