ପୋଲତଳୁ ନବଜାତ ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କିରିବୁରୁ ରାସ୍ତାର ଡବଲୁ ହାଟିଙ୍ଗ ନିକଟସ୍ଥ ପୋଲତଳୁ ନବଜାତ ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର | ଗୁରୁବାର କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତ ବଲାଣି କିରିବୁରୁ ରାସ୍ତାର ଡବଲୁ ହାଟିଙ୍ଗ ନିକଟସ୍ଥ ପୋଲତଳୁ ଏକ ନବଜାତ ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର ହୋଇଥିବା ଜଣା ପଡିଛି।

ସୂଚନା ମୁତାବକ ସକାଳୁ ପୋଲତଳ ଏକ ପରିତ୍ୟକ୍ତ ସ୍ଥାନରେ ନବଜାତ ଶିଶୁକନ୍ୟାର ମୃତଦେହ ଦେଖି ଲୋକେ ବଲାଣି ପୋଲିସକୁ ଖବର ଦେଇଥିଲେ। ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ କୁ ଉଦ୍ଧାର କରି ବଡବିଲ ମେଡିକାଲରେ ବ୍ୟବଚ୍ଛେଦ କରାଇଛି। ଶିଶୁକନ୍ୟାର ମାତାପିତାଙ୍କ ପରିଚୟ ମିଳି ନ ଥିବା ବେଳେ ଏହା ଏକ ଅବୈଧ୍ୟ ସନ୍ତାନ ବୋଲି ଆଶଙ୍କା କରାଯାଉଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.