କେଶଦୁରାପାଳ ଦାଧିବାମନ ଜୀଉ ମନ୍ଦିର ରତ୍ନମୁଦ କରଣ ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଛି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେଶଦୁରାପାଳ ଦାଧିବାମନ ଜୀଉ ମନ୍ଦିର ରତ୍ନମୁଦ କରଣ ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଛି |  ଘଷିପୁରା ବ୍ଲକ କେଶଦୁରାପାଳ ସ୍ଥିତ ଆରାଧ୍ୟ ଠାକୁର ଦଧିବାମନଜୀଉ ମନ୍ଦିରର ଦଧିନଉତି ରତ୍ନମୁଦ କରଣ ତିନି ଦିନ ଧରି ଅନୁଷ୍ଠିତ ହୋଇଛି। ସବୁ ରିତି ନିତୀରେ ହୋମଯଜ୍ଞ ସହ ପୂଜା ଅର୍ଚ୍ଚନା ପୂଜକଙ୍କ ଦ୍ବାରା କରାଯାଇଛି।

ଏଥିରେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ବିଡିଓ ମାନସ ରଞ୍ଜନ ସାମଲ, ତହସିଲଦାର ନିଳକଣ୍ଠ ବେହେରା,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବାଶିଷ ପାତ୍ର,କୃଷିଅଧିକାରୀ ମାନସ ରଞ୍ଜନ ପ୍ରଧାନ,ମିଶନ ଶକ୍ତି ଅଧିକାରୀ ସରୋଜ ମହାରଣା ସାମିଲ ହୋଇ ଚତୁର୍ଥା ମୂର୍ତ୍ତିଙ୍କୁ ଦର୍ଶନକରି ଆଶିଷ ଲାଭ କରିଥିଲେ। ଏଥିରେ ଯଜ୍ଞରେ କର୍ତ୍ତା ହରିପ୍ରସାଦ ମିଶ୍ର କର୍ତ୍ତୀ ନୀରୁପମା ମିଶ୍ର ଓ ଉପକର୍ତ୍ତା ଅନି ଆଚାର୍ଯ୍ୟ ଉପବର୍ତ୍ତୀ ମାମିନା ଆଚାର୍ଯ୍ୟ ପୂଜା ସଂମ୍ପନ୍ନ କରିଥିଲେ।ମୁଖ୍ୟ ପୂଜକ ମାନସ ରଞ୍ଜନ ହୋତା ଓ କେଶଦୁରାପାଳ ଗ୍ରାମ ଶାସନର ବ୍ରାହ୍ମଣ ମାନଙ୍କ ସହଯୋଗରେ ପୂଜାକାର୍ଯ୍ୟ ସମ୍ପୁର୍ଣ୍ଣ ହୋଇଥିଲା।

ଏଥିରେ ମନ୍ଦିର କମିଟିର ସମସ୍ତ ସଦସ୍ୟ, ଗ୍ରାମବାସୀ ଓ ଆଖପାଖର ବହୁ ଜନସାଧାରଣ ଶୋହଯୋଗ କରିଥିଲେ। ମନ୍ଦିର କମିଟି ପକ୍ଷରୁ ୧୦ ହଜାର ଉର୍ଦ୍ଧ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନ ସହ ଓଡିଆ ଡ଼୍ରାଇଭର ମହାସଂଘ ପକ୍ଷରୁ ଟଙ୍କ ତୋରାଣିର ବ୍ୟବସ୍ଥା କରାଯାଇଥିଲା।

Leave A Reply

Your email address will not be published.