୨୦୨୪ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକରେ ବିଜେପି ହାରିବା ଏକ ଶୁଭ ସଙ୍କେତ: ସଞ୍ଜୟ ରାଉତ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟସଭା ସାଂସଦ ତଥା ଶିବସେନାର ଠାକୁର ଦଳର ନେତା ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ଉପରେ ଆକ୍ରମଣ କରିଛନ୍ତି। କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପି ହାରିବାକୁ ଯାଉଛି ବୋଲି ସଞ୍ଜୟ ରାଉତ ଟ୍ୱିଟ୍ ମାଧ୍ୟମରେ ଦାବି କରିଛନ୍ତି। ଏହା ସହିତ ରାଉତ ମହାରାଷ୍ଟ୍ରର ସିଏମ୍ ଏକନାଥ ସିନ୍ଦେଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ।

ସଞ୍ଜୟ ରାଉତ ଟ୍ୱିଟ୍ କରି କହିଛନ୍ତି, “କର୍ଣ୍ଣାଟକର ଲୋକମାନେ ଆଜି ଭୋଟ୍ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା କର୍ଣ୍ଣାଟକ ନିର୍ବାଚନରେ ବହୁ ଅର୍ଥ ଏବଂ ଝାଳ ଖର୍ଚ୍ଚ କରିଛନ୍ତି, କିନ୍ତୁ ବିଜେପି ଏହି ନିର୍ବାଚନରେ ହାରିବାକୁ ଯାଉଛି, ୨୦୨୪ ପୂର୍ବରୁ ଏକ ଭଲ ସଙ୍କେତ ଅଟେ।

ଟ୍ୱିଟରେ ଏକନାଥ ସିନ୍ଦେଙ୍କ ଉପରେ ଖୋଳତାଡ଼ କରି ରାଉତ ଆହୁରି ଲେଖିଛନ୍ତି, “ମହାରାଷ୍ଟ୍ରର ଶାସକ (ସିଏମ୍) ଯିଏ ନିଜକୁ ଶିବସେନା ବୋଲି କହୁଛନ୍ତି, ସୀମାନ୍ତବର୍ତ୍ତୀ ଅଞ୍ଚଳରେ ମହାରାଷ୍ଟ୍ର ଏକୀକରଣ କମିଟିକୁ ପରାସ୍ତ କରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ। ଏହା ମହାରାଷ୍ଟ୍ରର ବିଶ୍ୱାସଘାତକତା। ମରାଠୀ ଏହାକୁ ଟାର୍ଗେଟ କରିବ। ”

ଏହାପୂର୍ବରୁ ସଞ୍ଜୟ ରାଉତ କର୍ଣ୍ଣାଟକରେ ମହାରାଷ୍ଟ୍ରର ସିଏମ ଏକନାଥ ସିନ୍ଦେଙ୍କ ନିର୍ବାଚନ ପ୍ରଚାରକୁ ଟାର୍ଗେଟ କରିଛନ୍ତି। ସଞ୍ଜୟ ରାଉତ କହିଛନ୍ତି ଯେ ଏକନାଥ ସିନ୍ଦେ ବିଜେପିକୁ ପ୍ରୋତ୍ସାହିତ କରି ମରାଠୀ ଲୋକଙ୍କୁ ଛୁରାମାଡ଼ କରୁଛନ୍ତି। ରାଉତ ଲେଖିଛନ୍ତି ଯେ ଏକନାଥ ସିନ୍ଦେ ସୀମା ଅଞ୍ଚଳରେ ଏକତା ସମିତିର ପ୍ରାର୍ଥୀଙ୍କୁ ପରାସ୍ତ କରିବା ପାଇଁ କାର୍ୟ୍ୟ କରୁଛନ୍ତି। ସେମାନଙ୍କର ଶିବସେନା ଏକ ନକଲି ଶିବସେନା ଜ୍ଝ ଏହା ହେଉଛି ସେମାନଙ୍କର କପଟୀ ହିନ୍ଦୁତ୍ୱ। ସିନ୍ଦେ ମହାରାଷ୍ଟ୍ରର ଶତ୍ରୁ। ଏହି କାର୍ୟ୍ୟ ପାଇଁ ବାଲାସାହେବ ଶିନ୍ଦେଙ୍କୁ ଶିବସେନାରୁ ବହିଷ୍କାର କରିଥାନ୍ତେ।

 

Leave A Reply

Your email address will not be published.