କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ଅଭିଯୋଗ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବଲିଉଡ ତଥା ଓଲିଉଡ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ଅଭିଯୋଗ । ପ୍ରଲୋଭନ ଦେଖାଇ ବିବାହ ପ୍ରତିଶ୍ରୁତି, ପ୍ରତାରଣା, ନିର୍ଯାତନା ଓ ଶୋଷଣ କରିବା ନେଇ ଅଭିଯୋଗ କରିଛନ୍ତି ଯୁବତୀ। ତାଙ୍କ କହିବା ଅନୁଯାୟୀ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ ତାଙ୍କଠାରୁ ୧୦ ଲକ୍ଷ ଟଙ୍କା ହଡ଼ପ କରିସାରିଛନ୍ତି। ପୀଡ଼ିତା ଜଣେ ବ୍ୟାଙ୍କ କର୍ମଚାରୀ ବି ବୋଲି ସୂଚନା ମିଳିଛି। ଏହି ଘଟଣା ପୁଣି ଓଲିଉଡକୁ ବଦନାମ କରିଥିବା କୁହାଯାଉଛି। ଏଣେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ନାଁରେ ଏଭଳି ଅଭିଯୋଗ ଆସିବା ପରେ ପୁଲିସ କି ପଦକ୍ଷେପ ନେଉଛି, ତା ଉପରେ ରହିଛି ସମସ୍ତଙ୍କ ନଜର। ଖାଲି ସେତିକି ନୁହେଁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କୁ ଯୌନ ନିର୍ଯାତନା ବି ଦେଇଛନ୍ତି। ପୂର୍ବରୁ ପୀଡ଼ିତା ଜଗତପୁର ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ। ସେ ନ୍ୟାୟ ପାଇବେ ବୋଲି ଆଶା ରଖିଛନ୍ତି।

ଉଲ୍ଲେଖଯୋଗ୍ୟ, କଣ୍ଠଶିଳ୍ପୀ ସୌରୀନ ଭଟ୍ଟ ବେଶ କେତାଟି ଓଡ଼ିଆ ଛବିରେ କଣ୍ଠଦାନ କରି ଓଡ଼ଶାରେ ଲୋକପ୍ରିୟତା ହାସଲ କରିଛନ୍ତି। ସେ ଗାଇଥିବା ଗୀତ ମଧ୍ୟରେ ଦିନେ ଏଇ ରଙ୍ଗ….(ମୁଁ ଏକା ତୁମର), ଓ ପ୍ରିୟାରେ ଓ ସାଥୀରେ…(ଅଭିମନ୍ୟୁ), ଦେ ଦେ ଦେ ମୋ ମାଲଟା ଦେ…(ଆଖିରେ ଆଖିରେ), ମୁଁ ତୋ ହି ଗୋରୀ…(ହୀରୋ-ଏକ ପ୍ରେମ କଥା) ଓ କାଞ୍ଚିରେ କାଞ୍ଚିରେ…(ହୀରୋ ନମ୍ବର ଓ୍ବାନ୍) ଆଦି ବେଶ୍ ଲୋକପ୍ରିୟ।

Leave A Reply

Your email address will not be published.