ଉପକୂଳ ସୁରକ୍ଷା ପାଇଁ ଗଠନ ହେବ ତଟରକ୍ଷୀ ବାହିନୀ ସହିତ ସ୍ୱାଧୀନ ବୋର୍ଡ

0

ଓଡ଼ିଆ ନ୍ୟୁଜ୍: ଏଣିକି ଉପକୂଳ ସୁରକ୍ଷା ବ୍ୟବସ୍ଥା ହେବ କଡ଼ାକଡ଼ି। ଏନେଇ ଓଡ଼ିଶା ପୋଲିସ ତଟରକ୍ଷକ ବଳ ସହ ମିଶି ଏକ ସ୍ବତନ୍ତ୍ର ବୋର୍ଡ ଗଠନ କରିବ।  ଅନେକ ନୂଆ ଉପାୟକୁ ଲାଗୁ କରି ତଟ ସୁରକ୍ଷାକୁ ଆହୁରି ସୁଦୃଢ କରିବା ପାଇଁ ପଦକ୍ଷେପ ନେଉଛି ତଟରକ୍ଷକ ବଳ। ଏନେଇ ଆଜି ଭୁବନେଶ୍ୱର ସ୍ଥିତ ଡିଜିପି କ୍ୟାମ୍ପ କାର୍ଯ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ସହ ପୂର୍ବ ସମୁଦ୍ର ତଟର କୋଷ୍ଟ ଗାର୍ଡ କମାଣ୍ଡର ଏଡିଜି ଡନି ମିଚେଲଙ୍କର ଏକ ବୈଠକ ଅନୁଷ୍ଟିତ ହୋଇଯାଇଛି।

ବୈଠକରେ ଉପକୂଳ ସୁରକ୍ଷା ଏବଂ ପ୍ରାକୃତିକ ବିପର୍ଯୟ ସମୟରେ ନିଆ ଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିଶେଷ ଭାବେ ଆଲୋଚନା ହୋଇଛି। ଏହା ସହ ଆଗାମୀ ଦିନରେ ଉପକୂଳ ସୁରକ୍ଷା ନିମନ୍ତେ ଉଭୟ ବିଭାଗ ସମନ୍ୱୟ ରଖି କାର୍ଯ୍ୟ କରିବା ଉପରେ ଗୁରୁତ୍ବ ଦିଆଯଆଇଛି। ଏହା ସହ ଉପକୂଳ ଅଞ୍ଚଳରେ ଜୋରଦାର ପାଟ୍ରୋଲିଂ, ଆକାଶ ମାର୍ଗରୁ ଗତିବିଧି ନିରୀକ୍ଷଣ ଏବଂ ଆଦେଶ ଅନୁଯାୟୀ ସମ୍ପୂର୍ଣ୍ଣ ଉପକୂଳକୁ ନିୟନ୍ତ୍ରଣ ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ କରାଯିବା ଭଳି ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା।

Leave A Reply

Your email address will not be published.