ବିଶ୍ବବ୍ୟାଙ୍କ ଅଧ୍ୟକ୍ଷ ପଦକୁ ନିର୍ବାଚିତ ହେଲେ ଭାରତୀୟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିଶ୍ବବ୍ୟାଙ୍କ ଅଧ୍ୟକ୍ଷ ପଦକୁ ନିର୍ବାଚିତ ହେଲେ ଭାରତୀୟ । ଭାରତୀୟ ବଂଶୋଦ୍ଭବ ଅଜୟ ବଙ୍ଗା ବିଶ୍ୱ ବ୍ୟାଙ୍କର ପରବର୍ତ୍ତୀ ଅଧ୍ୟକ୍ଷ ହେବେ। ଅଜୟ ବଙ୍ଗା ବୁଧବାର ବ୍ୟାଙ୍କର ପରବର୍ତ୍ତୀ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ବୋଲି ବିଶ୍ୱବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।  ସେ ଜୁନ ୨ରେ ଦାୟିତ୍ବ ଗ୍ରହଣ କରିବେ । ତାଙ୍କ କାର୍ଯ୍ୟକାଳ ୫ ବର୍ଷ ରହିବ । ବର୍ତ୍ତମାନର ବିଶ୍ବବ୍ୟାଙ୍କ ମୁଖ୍ୟ ଡେଭିଡ୍ ମାଲପାସ୍ ଗତ ବର୍ଷ ଘୋଷଣା କରିଥିଲେ ଯେ ସେ ୨୦୨୩ ଜୁନ ମାସରେ ଇସ୍ତଫା ଦେବେ । ସମୟ ପୂର୍ବରୁ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ ।  ୨୦୨୪ ଏପ୍ରିଲରେ ମାଲପାସଙ୍କ ପାଞ୍ଚ ବର୍ଷର କାର୍ଯ୍ୟକାଳ ଶେଷ ହୋଇଥାନ୍ତା । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ସମୟରେ ମାଲପାସ୍ ବିଶ୍ବବ୍ୟାଙ୍କ ମୁଖ୍ୟ ନିଯୁକ୍ତ ହୋଇଥିଲେ । ଏକ ଅଲିଖିତ ପରମ୍ପରା ଅନୁସାରେ ଆମେରିକୀୟମାନଙ୍କୁ ହିଁ ବିଶ୍ବ ବ୍ୟାଙ୍କର ମୁଖ୍ୟ ଭାବେ ଚୟନ କରାଯାଇଥାଏ ଓ ୟୁରୋପୀୟମାନଙ୍କୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର ମୁଖ୍ୟ ନିଯୁକ୍ତ କରାଯାଇଥାଏ ।

ତେବେ ବିଶ୍ବବ୍ୟାଙ୍କ ଅଧ୍ୟକ୍ଷ ହେବାରେ ସେ ହେବେ ପ୍ରଥମ ଭାରତ ଜନ୍ମିତ ଆମେରିକୀୟ ନାଗରିକ । ଅଜୟ ପାଲ ସିଂ ବଙ୍ଗା ଏବେ ଜେନେରାଲ ଆଟଲାଣ୍ଟିକର ଉପାଧ୍ୟକ୍ଷ ଅଛନ୍ତି । କର୍ପୋରେଟ କ୍ଷେତ୍ରର ବିଭିନ୍ନ ଶୀର୍ଷ ପଦବୀରେ ତାଙ୍କର ବହୁ ବର୍ଷର ଅଭିଜ୍ଞତା ରହିଛି । ସେ ପୂର୍ବରୁ ମାଷ୍ଟରକାର୍ଡର ସିଇଓ ଥିଲେ । ବିଶ୍ୱ ବ୍ୟାଙ୍କରେ ଭାରତ ସମେତ ୧୮୯ ଦେଶ  ଅଛନ୍ତି  ସଦସ୍ୟ।

Leave A Reply

Your email address will not be published.