ରାହୁଲ ଗାନ୍ଧିଙ୍କ ପରେ ପଦ ହରାଇଲେ ଆଉ ଜଣେ ସାଂସଦ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାହୁଲ ଗାନ୍ଧିଙ୍କ ପରେ ପଦ ହରାଇଲେ ଆଉ ଜଣେ ସାଂସଦ । ମାଫିଆ ମୁଖତାର ଅନସାରୀର ବଡ ଭାଇ ଅଫଜଲ ଅନସାରୀର ଲୋକସଭା ସଦସ୍ୟତା ରଦ୍ଦ ହୋଇଛି । ସୋମବାର  ଲୋକସଭା ସଚିବାଳୟ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି । ଅଫଜଲ ଅନସାରୀ ୬ ଥର ବିଧାୟକ ଏବଂ ଦୁଇଥର ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି । ଗାଙ୍ଗଷ୍ଟର ଆକ୍ଟ ମାମଲାରେ ଗାଜୀପୁର କୋର୍ଟଙ୍କ ଦ୍ୱାରା ଅଫଜଲଙ୍କୁ ଚାରି ବର୍ଷ ଜେଲଦଣ୍ଡ ଦିଆଯାଇଥିଲା । ଜନ ପ୍ରତିନିଧି ଆଇନ୍ ଅନୁଯାୟୀ ଅପରାଧିକ ମାମଲାରେ ଦୁଇ ବର୍ଷ କିମ୍ବା ତା’ଠାରୁ ଅଧିକ ଦଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ ୨ ବର୍ଷରୁ ଅଧିକ ଦୋଷୀ ସାବ୍ୟସ୍ତ ହୋଇଥିଲେ ଅଯୋଗ୍ୟ ଘୋଷିତ ହେବେ । ଏହି ଗ୍ୟାଙ୍ଗଷ୍ଟର ୧୪ ବର୍ଷ ପୁରୁଣା ମାମଲାରେ ମୁଖତାର ଅନସାରୀଙ୍କୁ ୧୦ ବର୍ଷ କାରାଦଣ୍ଡ ଏବଂ ପାଞ୍ଚ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ ହୋଇଛି । ନଭେମ୍ବର ୨୦୦୭ରେ ଗାଜିପୁର ଜିଲ୍ଲାର କୋଟୱାଲୀରେ ଗ୍ୟାଙ୍ଗଷ୍ଟର ଚାର୍ଟରେ ଅଫଜାଲ ଅନସାରୀ ଏବଂ ମୁଖତାର ଅନସାରୀଙ୍କୁ ସାମିଲ୍ କରାଯାଇଥିଲା ଏବଂ ଗ୍ୟାଙ୍ଗଷ୍ଟର ଅଧିନିୟମ ଅନୁଯାୟୀ ସେମାନଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । ଏହାପରେ ସେପ୍ଟେମ୍ବର ୨୩ ୨୦୨୨ରେ ଉଭୟଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ଶନିବାର ଏହି ମାମଲାରେ ମୁଖତାର ଏବଂ ଅଫଜଲ ଅନସାରୀଙ୍କୁ ଦଣ୍ଡିତ କରିଛନ୍ତି । ଗାଜୀପୁର ସଂସଦୀୟ ନିର୍ବାଚନମଣ୍ଡଳୀରୁ ବିଏସପି ଟିକେଟ୍ ଜିତି ଅଫଜଲ ଅନସାରୀ ଲୋକସଭାରେ ପହଞ୍ଚିଥିଲେ ।

ଉଲ୍ଲେଖଯୋଗ୍ୟ, ନିକଟରେ ମାନାହାନୀ ମାମଲାରେ ୨ ବର୍ଷ ପାଇଁ ଜେଲଦଣ୍ଡାଦେଶ ହେବା ପରେ କଂଗ୍ରେସର ଶୀର୍ଷ ନେତା ରାହୁଲ ଗାନ୍ଧୀ ସାଂସଦ ପଦ ହରାଇଛନ୍ତି । ମୋଦି ସାଙ୍ଗିଆ ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କ ଆବେଦନର ନିକଟରେ ଶୁଣାଣି କରିଥିଲେ ଗୁଜରାଟ ହାଇକୋର୍ଟ । ବରିଷ୍ଠ ଓକିଲ ଅଭିଷେକ ମନୁସିଂଘବୀ ରାହୁଲ ଗାନ୍ଧୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନା କରିଥିଲେ । ରାହୁଲ ଗାନ୍ଧୀଙ୍କ କହିବା କଥା ମୁଁ କୌଣସି ହତ୍ୟା କରିନାହିଁ । ୮ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିନପାରିବା ଦଣ୍ଡାଦେଶ ଅଧିକ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଶୁଣାଣି ବେଳେ ଅଭିଯୋଗକାରୀ ପୂର୍ଣ୍ଣେସ ମୋଦିଙ୍କୁ ମାମଲାର ରେକର୍ଡ ଉପସ୍ଥାପନ କରିବାକୁ କହିଥିଲେ । ଯାହାର ଶୁଣାଣି ମେ ୨ ତାରିଖରେ ହେବ । ୫ ତାରିଖ ଭିତରେ କୋର୍ଟ ରାୟ ଦେଇପାରନ୍ତି ବୋଲି କହିଛନ୍ତି । ଶୁଣାଣି ବେଳେ ବିଚାରପତି ମାମଲାର ଗାମ୍ଭୀର୍ଯ୍ୟତା ଦେଖନ୍ତୁ ବୋଲି ଓକିଲ ଯୁକ୍ତି ରଖିଥିଲେ । ମାମଲାରେ ଅଭିଯୋଗକାରୀଙ୍କୁ ଅଧିକ ଗୁରୁତ୍ବ ଦିଆଯାଇଛି । ଏହି ସମୟରେ ରାହୁଲ ଗାନ୍ଧୀଙ୍କ ପକ୍ଷରୁ ୬ଟି ପୃଷ୍ଠଭୂମି ଉପସ୍ଥାପନା କରାଯାଇଥିଲା । ଯାହାଦ୍ବାରା ଦଣ୍ଡାଦେଶ ଉପରେ ରୋକ ଲଗାଯାଇପାରିବ । ରାହୁଲ ଗାନ୍ଧୀ ମୋଦି ସାଙ୍ଗିଆକୁ ନେଇ ଭାଷଣ ଦେବା ବେଳେ ଅଭିଯୋଗକାରୀଙ୍କ ନାଁ ନେଇନାହାନ୍ତି । ନାଁ ନେଇଥିବା ବ୍ୟକ୍ତି ମାନେ ମଧ୍ୟ ମାମଲା ରୁଜୁ କରିନଥିଲେ । ତେଣୁ ଅଭିଯୋଗକାରୀଙ୍କ ଅଭିଯୋଗକୁ ବିଶେଷ ଗୁରୁତ୍ବ ଦେବା କଥା ନୁହେଁ ବୋଲି ଅଭିଷେକ ମନୁସିଂଘବି କହିଛନ୍ତି ।

Leave A Reply

Your email address will not be published.