ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସମାଜବାଦୀ ପାର୍ଟି ନେତା ଆଜମ ଖାନ ଆଜମ ଖାଁଙ୍କ ଖୋଲା ଚେତାବନୀ । ଯେତେବେଳେ ସରକାର ବଦଳିବ ସେତେବେଳେ ଅଙ୍କାଯିବ ଆହୁରି ଲମ୍ବା ରେଖା ଅଙ୍କାଯିବ । ଆଜମ ଖାଁ ରାମପୁରରେ ଅଛନ୍ତି ଏବଂ ପୌର ନିର୍ବାଚନ ପାଇଁ ଦଳ ପାଇଁ ପ୍ରଚାର କରୁଛନ୍ତି। ଏହି ସମୟରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ଅବସରରେ ସେ ଖୋଲାଖୋଲିଭାବେ ପୁଲିସ ଓ ପ୍ରଶାସନକୁ ଧମକ ଦେଇଥିବା ଦେଖାଯାଇଥିଲା । ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ବିଜେପି ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ଯେତେବେଳେ ସରକାର ବଦଳିବ, ସେତେବେଳେ ଏହାଠାରୁ ଆହୁରି ଲମ୍ବା ରେଖା ଅଙ୍କାଯିବ । ଇନ୍ଦିରା ଗାନ୍ଧିଙ୍କ ଯୁଗ ବିଷୟରେ ଉଲ୍ଲେଖ କରି ଆଜମ ଖାନ୍ କହିଛନ୍ତି ଯେ ଏହା ତାଙ୍କର ୪୦-୪୨ ବର୍ଷର ରାଜନୈତିକ ଜୀବନର ଅନୁଭୂତି। ତାଓ୍ବାରେ ଥିବା ରୁଟି କେବେ ଓଲଟିବ ତାହା କହିହେବ ନାହିଁ । ପୁଲିସକୁ ଧମକ ଦେଇ ସେ କହିଛନ୍ତି, ଯେଉଁ ପୋଲିସ କର୍ମଚାରୀ ମାନେ ଆପଣଙ୍କ ଘରର କବାଟ ଭାଙ୍ଗି ଆପଣଙ୍କୁ ଧକ୍କା ଦେଇଥିଲେ ସେମାନେ ଠିଆ ହୋଇ ଆପଣଙ୍କୁ ଏହି ବୁଟରେ ସଲାମ କରିବେ ।
ରାମପୁର ପୌରପାଳିକାର ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମାଜବାଦୀ ପାର୍ଟି ପ୍ରାର୍ଥୀ ଫାତିମା ଜାବିଙ୍କ ପାଇଁ ଆଜମ ଖାନ ପ୍ରଚାର କରୁଥିଲେ । ମେ’ ୪ ଓ ୧୧ ତାରିଖରେ ଦୁଇଟି ପର୍ଯ୍ୟାୟରେ ଉତ୍ତରପ୍ରଦେଶର ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ନିର୍ବାଚନ ଅନୁଷ୍ଠିତ ହେବ । ଆସନ୍ତା ୧୩ ତାରିଖରେ ହେବ ଭୋଟ୍ ଗଣତି ।