ଇସ୍ତଫା ନିଷ୍ପତ୍ତିରୁ ଓହରିଲେ ଝାରସୁଗୁଡା ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ମିଶ୍ର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଇସ୍ତଫା ନିଷ୍ପତ୍ତିରୁ ଓହରିଲେ ଝାରସୁଗୁଡା ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ମିଶ୍ର । ସକାଳେ ଇସ୍ତଫା ଦେଇଥିଲେ ଝାରସୁଗୁଡା ଜିଲ୍ଲା କଂଗ୍ରେସ ସଭାପତି ପଦରୁ କିନ୍ତୁ ସଞ୍ଜକୁ ନିଜ ନିଷ୍ପତ୍ତିରୁ ଓହରିଛନ୍ତି ଅଶୋକ ମିଶ୍ର । ଝାରସୁଗୁଡା ବିଧାନସଭା ଉପନିର୍ବାଚନ ପ୍ରଚାର ଜମିଥିବା ବେଳେ ଆଜି ସକାଳେ ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବା ଦଳକୁ ଗୋଟିଏ ବଡ ଝଟକା ବୋଲି ସାବ୍ୟସ୍ତ ହୋଇଥିଲା । କିନ୍ତୁ ଦଳର ପ୍ରମୁଖ ନେତାଙ୍କ ହସ୍ତକ୍ଷେପର କିଛି ଘଣ୍ଟା ପରେ ଅଶୋକ ମିଶ୍ର ଝାରସୁଗୁଡ଼ାରେ ତରବରିଆ ଭାବେ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛନ୍ତି  ଯେ ସେ ଇସ୍ତଫାପତ୍ର ପ୍ରତ୍ୟାହାର କରିନେଇଛନ୍ତି ।

କଂଗ୍ରେସ ସଭାପତି ଅଶୋକ ମିଶ୍ର କହିଛନ୍ତି, ଜିଲ୍ଲା କଂଗ୍ରେସ କମିଟି ସଭାପତି ପଦରୁ ଇସ୍ତଫା ଦେଇଥିଲି, କାରଣ ଉପନିର୍ବାଚନ ପାଇଁ ଦଳର ପ୍ରଚାର ଯୋଜନାକୁ ନେଇ କିଛି ସମସ୍ୟା ଥିଲା । କିନ୍ତୁ ପିସିସି ସଭାପତି ଆଲୋଚନା କରି ଘଟଣାର ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଇସ୍ତଫା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି କଂଗ୍ରେସ ସଭାପତି ଅଶୋକ ମିଶ୍ର ।

Leave A Reply

Your email address will not be published.