‘ମୋ ଘର’ ପାଇଁ ଆଜିଠୁ ଆବେଦନ ଆରମ୍ଭ, ଜାଣନ୍ତୁ କେମିତି କରିବେ ଆବେଦନ…

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରାଜ୍ୟର ଗରିବ ଓ ନିମ୍ନ ମଧ୍ୟବିତ୍ତଙ୍କ ଲାଗି ଓଡ଼ିଶା ସରକାର ଆରମ୍ଭ କରିଥିବା ‘ମୋ ଘର’ ଯୋଜନା ପାଇଁ ଆଜିଠୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆବଦେନ ପାଇଁ ଆବେଦନକାରୀଙ୍କୁ https://rhodisha.gov.in/moghara/ ରେ ପ୍ରଥମେ ପଞ୍ଜିକରଣ କରିବାକୁ ପଡ଼ିବ । ପଞ୍ଜିକରଣ ପରେ ଆବେଦନକାରୀ ନିଜ ମୋବାଇଲ୍ ନମ୍ବର ଓ ଆଧାରକାର୍ଡ ନମ୍ବର ଦେଇ ଲଗଇନ୍ କରି ଆବେଦନ କରିବେ । ଏହାପରେ ଆପଣଙ୍କ ଠିକଣା ଓ ଘର (କୋଠରୀ) ବାବଦରେ ତଥ୍ୟ ଦେବେ । ଆପଣଙ୍କ ଫଟୋ, ଆଧାର କାର୍ଡ, ଆୟ ପ୍ରମାଣପତ୍ର, ଜାତି ପ୍ରମାଣପତ୍ର, ଭିନ୍ନକ୍ଷମ ପ୍ରମାଣପତ୍ର, ଜମି ପଟ୍ଟା, ଭୋଟର ପରିଚୟପତ୍ର, ପାନ୍ କାର୍ଡ, ଜବ୍ କାର୍ଡ ଆଦି ଅପଲୋଡ୍ କରି ଘୋଷଣାନାମା ସ୍ୱୀକାର କରିବାକୁ ପଡ଼ିବ ।

ଆବେଦନ ପାଇଁ ଯୋଗ୍ୟତା ?

  • ‘ମୋ ଘର’ ଯୋଜନାର ଆବେଦନକାରୀ ପରିବାର କଚ୍ଚା ଘରେ ଅବା ଗୋଟିଏ ବଖରା ଛାତ ଘରେ ରହୁଥିବେ ।
  • ଗୃହ ନିର୍ମାଣ ଯୋଜନାରେ ସହାୟତା ପାଇ ନଥିବା ବା ୭୦ ହଜାର ଟଙ୍କାରୁ କମ୍ ସହାୟତା ପାଇଥିବା ପରିବାର ।
  • ମାସିକ ୨୫ ହଜାର ଟଙ୍କାରୁ କମ୍ ଆୟ କରୁଥିବା ପରିବାର ।
  • ବ୍ୟକ୍ତିଗତ ବ୍ୟବହାର ପାଇଁ ଚାରି ଚକିଆ ମୋଟର ଗାଡ଼ି ରଖି ନଥିବା ପରିବାର ।
  • କୌଣସି ସରକାରୀ/ସରକାରୀ ଉଦ୍ୟୋଗରେ ନିୟମିତ କିମ୍ବା ପେନସନଭୋଗୀ କର୍ମଚାରୀ ନଥିବା ପରିବାର ।
  • ପାଞ୍ଚ ଏକର ଜଳସେଚିତ କିମ୍ବାର ପନ୍ଦର ଏକର ଅଣଜଳସେଚିତ ଜମିରୁ କମ୍ ଜମି ଥିବା ପରିବାର ।

Leave A Reply

Your email address will not be published.