ନାମାଙ୍କନପତ୍ର ଦାଖଲ କଲେ ଅରିନ୍ଦମ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅଭିନେତାରୁ ରାଜନେତା ପାଲଟିଥିବା ଓଲିଉଡ଼ ଅଭିନେତା ତଥା ସାଲେପୁରର ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏକ ବିରାଟ ଶୋଭାଯାତ୍ରାରେ ଆସି ଅରିନ୍ଦମ କଟକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ପୂର୍ବରୁ ସେ କଟକର ଚଣ୍ଡୀମନ୍ଦିର ଯାଇ ମା’ଙ୍କ ଆଶୀର୍ବାଦ ନେଇଥିଲେ।

ସୂଚନା ଅନୁସାରେ, ବିଜେପି ସାଲେପୁର ବିଧାୟକ ଭାବେ ଅରିନ୍ଦମଙ୍କୁ ପ୍ରାର୍ଥୀ କରିବା ପରେ ସେ କହିଥିଲେ, ଜନସାଧାରଣଙ୍କ ପାଇଁ କାମ କରିବାକୁ ମୋତେ କୁହାଯାଇଛି । ନିଶ୍ଚିତ ଭାବେ ମୁଁ କାମ କରିବି । ପ୍ରତ୍ୟେକ ଲୋକଙ୍କୁ ଚିହ୍ନିବି । ଯେଉଁ ସମୟରେ ଖୋଜିବେ ଲୋକଙ୍କ ପାଖରେ ନିଶ୍ଚିତ ପାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅରିନ୍ଦମ ।

ପ୍ରଥମେ ଲୋକମାନଙ୍କୁ ଭେଟି ତାଙ୍କ କଥା ଶୁଣିବି, ତାପରେ ଆଗାମୀ ଦିନରେ କ’ଣ କାମ କରିବି ତାହା ନିଷ୍ପତ୍ତି ନେବି । ସାଲେପୁରବାସୀ ବିଜେଡି ଗଡ଼କୁ ଭାଙ୍ଗିବେ। ଏଥର ବିଜେପିର ଉଭୟ ‌ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀ ଜିତିବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.