ବର୍ବରତାର ସବୁ ସୀମା ଟପିଲେ ସେନା କର୍ମଚାରୀ, ସ୍ତ୍ରୀଙ୍କୁ ମାରି କୁକରରେ ରାନ୍ଧିଲେ

0

ଓଡ଼ିଆ ନ୍ୟୁଜ୍: ତେଲଙ୍ଗାନାର ରଙ୍ଗାରେଡ୍ଡୀ ଜିଲାରେ ବର୍ବରତାର ସବୁ ସୀମା ଟପିଲେ ସେନା କର୍ମଚାରୀ। ପୂର୍ବତନ ସେନା କର୍ମଚାରୀ ଗୁରୁ ମୂର୍ତ୍ତି (୪୫) ନିଜ ପତ୍ନୀଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି କୁକରରେ ରାନ୍ଧିଥିଲେ। ଅଭିଯୁକ୍ତ ଗୁରୁ ମୂର୍ତ୍ତି ଗତ ୧୮ ଜାନୁଆରୀ ତାଙ୍କ ପତ୍ନୀ ଭେଙ୍କଟ ମାଧବୀ (୩୫) ନିଖୋଜ ଥିବା ନେଇ ନିଜ ବାପା ମାଆଙ୍କ ସହ ହାଇଦ୍ରାବାଦର ମୀରପେଟରେ ଥାନାରେ ଏତଲା ଦେଇଥିଲେ।

ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ଆରମ୍ଭ ପରେ ପୁଲିସ ଜାଣିବାକୁ ପାଇଥିଲା ଯେ ପତି-ପତ୍ନୀଙ୍କ ମଧ୍ୟରେ ଦୀର୍ଘ ଦିନ ହେବ କଳହ ଲାଗି ରହିଥିଲା। ଏହାପରେ ପୁଲିସ ଗୁରୁ ମୂର୍ତ୍ତିକୁ ଅଟକ ରଖି ପଚରାଉଚରା ଆରମ୍ଭ କରିଥିଲା। ଏହି ସମୟରେ ସମସ୍ତ ସତ ସାମ୍ନାକୁ ଆସିଥିଲା। ଗୁରୁ ମୂର୍ତ୍ତି ନିଜ ପତ୍ନୀକୁ ହତ୍ୟା କରିଥିବା ନେଇ ଦୋଷ ସ୍ୱୀକାର କରିଥିଲେ। ପୁଲିସକୁ ଦେଇଥିବା ବୟାନ ଅନୁଯାୟୀ, ଗୁରୁ ମୂର୍ତ୍ତି ନିଜ ପତ୍ନୀଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି କୁକରରେ ରାନ୍ଧିବା ପରେ ପୋଖରୀରେ ଫିଙ୍ଗିଦେଇଥିଲେ।

ଅଭିଯୁକ୍ତ ବୟାନ ଅନୁସାରେ ପୁଲିସ ପ୍ରମାଣ ଏକାଠି କରିବାକୁ ପ୍ରୟାସ ଆରମ୍ଭ କରିଛି। ମୃତଦେହ ଅଂଶ ବିଶେଷକୁ ପୁଲିସ ଖୋଜାଖୋଜି କରୁଛି। ଗୁରୁ ମୂର୍ତ୍ତି ସେନାରୁ ସେବା ନିବୃତ ହେବା ପରେ କଞ୍ଚନବାଗରେ ସୁରକ୍ଷା ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ବିବାହ ୧୩ ବର୍ଷ ପୂର୍ବରୁ ହୋଇଥିଲା। ଉଭୟଙ୍କର ୨ ଶିଶୁ ମଧ୍ୟ ଅଛନ୍ତି।

Leave A Reply

Your email address will not be published.