ଇମ୍ରାନଙ୍କୁ ସେନାର ଧମକ: ଲଣ୍ଡନ ପଳାଅ ନଚେତ୍ ଫାଶୀ ପାଇଁ ପ୍ରସ୍ତୁତ ରୁହ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ସେନାର ଧମକ । ଲଣ୍ଡନ ପଳାଅ ନଚେତ୍ ଫାଶୀ ପାଇଁ ପ୍ରସ୍ତୁତ ରୁହ । ଇମ୍ରାନ୍ ସୁପ୍ରିମ୍ କୋର୍ଟରୁ ଆଶ୍ୱସ୍ତି ପାଇବା ସତ୍ତ୍ୱେ ତାଙ୍କ ସମସ୍ୟା ବଢିବାରେ ଲାଗିଛି । ତାଙ୍କ ଉପରେ ପାକିସ୍ତାନ ସରକାର ଓ ସେନାର ନିୟନ୍ତ୍ରଣ କଠୋର ହେବାରେ ଲାଗିଛି । କେତେକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ତାଙ୍କୁ ଲଣ୍ଡନ ପଳାୟନ କରିବା ସୁଯୋଗ ଦିଆଯିବ, ନତେଚ ଫାଶୀ ପାଇଁ ପ୍ରସ୍ତୁତ ରହିବାକୁ କୁହାଯିବ । ଲାହୋରର ଜମାନ ପାର୍କରେ ଥିବା ଇମ୍ରାନଙ୍କ ବାସଭବନକୁ ପୁଲିସ ଘେରାଉ କରିବା ସହ ଏହି ଅଞ୍ଚଳକୁ ଏକ ଛାଉଣୀରେ ପରିଣତ କରିଦେଇଛି । ଘର କୁ ଯିବା ପାଇଁ ସମସ୍ତ ରାସ୍ତା ଅବରୋଧ କରାଯାଇଛି । ଏହି ଅଞ୍ଚଳରେ ବିଜୁଳି ସଂଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଛି ।

ଇମ୍ରାନଙ୍କ ଘରେ ୩୦ରୁ ୪୦ ଜଣ ଆତଙ୍କବାଦୀ ଆଶ୍ରୟ ନେଇଥିବା ସରକାର ଅଭିଯୋଗ କରିଛନ୍ତି । ସେପଟେ ଶାହବାଜ ସରକାର ତାଙ୍କୁ ଲଣ୍ଡନ ପଳାଇ ବା ଆର୍ମି ଆକ୍ଟର ସମ୍ମୁଖୀନ ହୋଇ ଆଜୀବନ କାରାଦଣ୍ଡ କିମ୍ବା ଫାଶୀ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିବା ଖବର ସାମ୍ନାକୁ ଆସୁଛି । କୁହାଯାଉଛି ଯେ ଇମ୍ରାନ୍ ନିଜ ଘରେ ନିଜ ଦଳର ନେତାଙ୍କ ସହ ଏହି ବିକଳ୍ପ ଉପରେ ମଧ୍ୟ ବିଚାର କରୁଛନ୍ତି । ପାକିସ୍ତାନ ସେନା ଓ ଇମ୍ରାନ ଖାନଙ୍କ ମଧ୍ୟରେ ତିକ୍ତତା ଯଥେଷ୍ଟ ବୃଦ୍ଧି ପାଇଛି । ମେ ୯ ରେ ଇମ୍ରାନ ଗିରଫ ହେବା ପରେ ପିଟିଆଇ ସମର୍ଥକଙ୍କ ଦ୍ୱାରା ସେନା ପ୍ରତିଷ୍ଠାନ, ସାର୍ବଜନୀନ ସ୍ଥାନ ଉପରେ ହୋଇଥିବା ଆକ୍ରମଣକୁ ନେଇ ସେନା ଅସନ୍ତୋଷ ପ୍ରକାଶ କରିଛି ।

Leave A Reply

Your email address will not be published.