ବାଚସ୍ପତି ନିର୍ବାଚନ: ନାମାଙ୍କନ ଦାଖଲ କଲେ ବିକ୍ରମ କେଶରୀ ଆରୁଖ

0

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବ ବାଚସ୍ପତି ନିର୍ବାଚନ। ଏନେଇ ବିଜୁଜନତା ଦଳ ତରଫରୁ ନାମାଙ୍କନ ଦାଖଲ କରିଛନ୍ତି ବିକ୍ରମ କେଶରୀ ଆରୁଖ। ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ବରିଷ୍ଠ ବିଜେଡି ନେତା ନିରଞ୍ଜନ ପୂଜାରୀ, ସମୀର ଦାଶ, ଭୂପିନ୍ଦର ସିଂହ, ରାଜେନ୍ଦ୍ର ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିଛନ୍ତି ବିକ୍ରମ କେଶରୀ ଆରୁଖ ।

ନାମାଙ୍କନ ପତ୍ର ଦାଖଲ ପରେ ଆରୁଖ କହିଛନ୍ତି, ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ମୋ ନାଁ ପ୍ରସ୍ତାବ କରିଥିବାରୁ ତାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ଏଥିସହ ସମସ୍ତ ମନ୍ତ୍ରୀ ଓ ବିଧାୟକଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ବିଧାନସଭାର ପରମ୍ପରା ଓ ଗାରିମା ରକ୍ଷା ପାଇଁ ଉଦ୍ୟମ ଜାରି ରଖିବି ।

Leave A Reply

Your email address will not be published.