ପ୍ରାକ ନିର୍ବାଚନୀ ରାଲିରେ ବୈଜୟନ୍ତ ପଣ୍ଡା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭାରତୀୟ ଜନତା ପାର୍ଟିର କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଆଜି କେନ୍ଦ୍ରାପଡାରେ ଏକ ପ୍ରାକ ନିର୍ବାଚନୀ ରାଲି ରେ ଯୋଗ ଦେଇଛନ୍ତି | ପ୍ରାର୍ଥୀଭାବେ ନାମ ଘୋଷଣା ହେବା ପରେ ବୈଜୟନ୍ତ ଙ୍କର ଏହା ପ୍ରଥମ କେନ୍ଦ୍ରାପଡା ଗସ୍ତ | ଚାନ୍ଦୋଳ ବଜାର ଠାରୁ ଦଳୀୟ କର୍ମୀ ଓ ସମର୍ଥକ ମାନେ ବୈଜୟନ୍ତ ପଣ୍ଡା ଙ୍କୁ ଏକ ଶୋଭାଯାତ୍ରା ରେ ନେଇ ଦୁହୁରିଆ ସ୍ଥିତ ବିଜେପି ଜିଲ୍ଳା କାର୍ଯ୍ୟାଳୟ ରେ ପହଂଚି ଥିଲେ | ପରେ ଶୋଭାଯାତ୍ରା ରେ ସହର ପରିକ୍ରମା କରି ସେ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ରେ ପହଂଚି ଶ୍ରୀଜୀଉଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ | କେନ୍ଦ୍ରାପଡା ରେ ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା |

ଚାନ୍ଦୋଳ ଛକରୁ ଇଚ୍ଛାପୁର ସ୍ଥିତ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରା | କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ଭାବେ ନାମ ଘୋଷଣା ପରେ ଏହା ବୈଜୟନ୍ତ ଙ୍କ ପ୍ରଥମ କେନ୍ଦ୍ରାପଡା ଗସ୍ତ |ଏହା ବୈଜୟନ୍ତ ଙ୍କ ପ୍ରାକ୍ ନିର୍ବାଚନୀ ରାଲି କହିଲେ କିଛି ଭୁଲ ହେବନି | ଚାନ୍ଦୋଳ ଛକ ରେ ପହଁଞ୍ଚିବା ପରେ ଦଳୀୟ କର୍ମୀ ମାନେ ତାଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ | ସେଠାରୁ ଶୋଭାଯାତ୍ରା ରେ ଆସି ବୈଜୟନ୍ତ ପଣ୍ଡା ଦୁହୁରିଆ ସ୍ଥିତ ପାର୍ଟି କାର୍ଯ୍ୟାଳୟରେ ପହଞ୍ଚିଥିଲେ | ଦୁହୁରିଆ ଠାରେ ପୂର୍ବରୁ ଅପେକ୍ଷା କରି ରହିଥିବା ଜିଲାର ନେତୃମଣ୍ଡଳୀ ଏବଂ ହଜାର ହଜାର କର୍ମୀ ବୈଜୟନ୍ତ ଙ୍କୁ ପାଛୋଟି ନେଇଥିଲେ | ପରେ ଏକ ବିଶାଳ ଶୋଭାଯାତ୍ରା ରେ କେନ୍ଦ୍ରାପଡା ସହର ପରିକ୍ରମା କରି ସେ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ପହଂଚି ଜୀଉମାନଙ୍କ ଦର୍ଶନ କରିଥିଲେ | ତାଙ୍କ ସହିତ କେନ୍ଦ୍ରାପଡା ଜିଲା ସଭାପତି କିଶୋର୍ କୁମାର ପଣ୍ଡା, ପୂର୍ବତନ ବିଧାୟକ ଅଲେଖ କୁମାର ଜେନା, ବିଜେପି ନେତା ଜ୍ଞାନ ଦେବ ବେଉରା, କଳ୍ପନା ମଲ୍ଲିକ, ଉମାକାନ୍ତ ପଟ୍ଟନାୟକ, ତେଜେଶ୍ୱର ପରିଡା, ଦୋଳଗୋବିନ୍ଦ ନାୟକ ପ୍ରମୁଖ ଶୋଭାଯାତ୍ରାରେ ଯୋଗଦେଇ ଦଳୀୟ କର୍ମୀ ଙ୍କୁ ଉତ୍ସାହିତ କରିଥିଲେ |

ରବିବାର ଦିନ ବିଜେଡି ର କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ଦର୍ଶନ କରିଥିଲେ | ତାଙ୍କ ସହିତ ସମସ୍ତ ବିଧାନସଭା ପ୍ରାର୍ଥୀ ମଧ୍ଯ ଉପସ୍ଥିତ ଥିଲେ | ତାର ଠିକ୍ ଦିନକ ପରେ ବୈଜୟନ୍ତ ଙ୍କ ରୋଡ ସୋ କେନ୍ଦ୍ରାପଡା ନିର୍ବାଚନୀ ମାହୋଲ କୁ ଚଳ ଚଞ୍ଚଳ କରି ଦେଇଛି | ବିଜେଡି ଓ ବିଜେପି ଉଭୟ ଦଳର କର୍ମୀ ପାଖରେ ନେତାଙ୍କୁ ପାଇ ବେଶ୍ ଉତ୍ସାହିତ ହୋଇ ପଡ଼ିଛନ୍ତି | ଦଳୀୟ ପତାକା, ନେତାଙ୍କ ଜିନ୍ଦାବାଦ ଓ ଶହ ଶହ କର୍ମୀଙ୍କ କୋଳାହଳରେ ସମଗ୍ର କେନ୍ଦ୍ରାପଡା ର ରାଜନୈତିକ ବାତାବରଣ ବଦଳି ଯାଇଚି | ଏହି ଦୁଇ ହେବିୱେଟ ନେତାଙ୍କ ଶୋଭାଯାତ୍ରା ପରେ ଭୋଟର ଙ୍କ ମଧ୍ୟରେ ବି ଉତ୍କଣ୍ଠା ବଢିଯାଇଛି | ଚଳିତ ନିର୍ବାଚନରେ କିଏ ହେବ କେନ୍ଦ୍ରାପଡା ଭୋଟର ଙ୍କ ପ୍ରଥମ ପସନ୍ଦ ତାହା ଜୁନ୍ ୪ ତାରିଖରେ ସ୍ପଷ୍ଟ ହୋଇଯିବ l

Leave A Reply

Your email address will not be published.