ରାଇରଙ୍ଗପୁର ସହରରୁ ଆନ୍ତରାଜ୍ୟ ଲୁଟେରା ଗିରଫ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଇରଙ୍ଗପୁର ସହରରୁ ଆନ୍ତରାଜ୍ୟ ଲୁଟେରା ଗିରଫ | ଗତକାଲି ପୋଲିସ ରାତ୍ରି ପେଟ୍ରୋଲିଂ କରିବା ସମୟରେ, ବିଶେଷ ସୂତ୍ରରୁ ଖବର ପାଇ ଏସ୍ ଆଇ ଆଲୋକ କୁମାର ସିଂ, ଏସ୍ ଆଇ ଡମ୍ବରୁଧର ମହାନ୍ତ, ପୋଲିସ ଫୋର୍ସ ଦଶରଥ ହେମ୍ବ୍ରମ, ଗୋବର୍ଦ୍ଧନ ମୁଣ୍ଡୁରି ଏବଂ ଟୁନା ମିନିଆକା ରାଇରଙ୍ଗପୁର ସହର ଅଧିନସ୍ତ ଭାଲୁବସା ପେଟ୍ରୋଲ ପମ୍ପ ପଛପଟେ ଭୋର ୧ଟା ୩୦ ମି ସମୟରେ ୫ଜଣ ଅଜଣା ଯୁବକ କିଛି ମାରଣାସ୍ତ୍ର ଧରି ଉକ୍ତ ଅଞ୍ଚଳରେ ଡକାୟତର ଯୋଜନା କରୁଥିବାର ଦେଖିବାକୁ ପାଇଥିଲେ |

ଏହି ଘଟଣାରେ ପୋଲିସ ଟିମ୍ ଚଢଉ କରି ୩ ଜଣଙ୍କୁ ଧରିବାକୁ ସକ୍ଷମ ହୋଇଥିଲା ବେଳେ ଅନ୍ୟ ୨ ଜଣ ଅନ୍ଧାର ରାତିର ସୁଯୋଗ ନେଇ ପଳାୟନ କରିଥିଲେ | ପୋଲିସ ଉକ୍ତ ଘଟଣାର ତଦନ୍ତ ଜାରି ରଖିଛନ୍ତି | ଏ ନେଇ ରାଇରଙ୍ଗପୁର ଟାଉନ ଥାନାରେ କେଶ ନଂ ୧୧୧ ତାରିଖ ୨/୪/୨୦୨୪ ମାମଲା ରୁଜୁ କରିବା ସହିତ ଭାରତୀୟ ପିଙ୍ଗଳ କୋର୍ଡ ୟୁ ଏସ୍ ୩୯୯ /୪୦୨ ଧାରାରେ ଦଣ୍ଡାଦେଶ କରାଯାଇ କୋର୍ଟ ଚାଲାଣ କରାଯାଇଛି | ସେମାନେ ମଧ୍ୟ ଆଗରୁ ଲୁଟେରା କାର୍ଯ୍ୟକଳାପରେ ସଂପୃକ୍ତ ଥିଲେ ବୋଲି ସୂଚନା ମିଳିଛି | ଏ ନେଇ ଆଜି ରାଇରଙ୍ଗପୁର ଟାଉନ ପୋଲିସ କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା | ଏଥିରେ ବାମନଘାଟୀ ଉପଖଣ୍ଡ ଥାନା ଅଧିକାରୀ ଗୋକୁଳାନନ୍ଦ ସାହୁ, ଟାଉନ ଥାନା ଅଧିକାରୀ ସୁଚନ୍ଦ୍ର ମହାଳିକା ଓ ଅନ୍ୟାନ୍ୟ ପୋଲିସ ଅଫିସର ଉପସ୍ଥିତଥିଲେ |

ଉକ୍ତ ଘଟଣାରେ ଚଢାଉ ଫଳରେ ସେମାନଙ୍କ ଠାରୁ ଗୋଟିଏ ଲୁହା ରୋଡ, ଗୋଟିଏ ଖେଲଣା ପିସ୍ତଲ, ତିନୋଟି ଆନୁମିନିୟମ୍ ପ୍ଲେଟ୍, ତିନୋଟି ମୋବାଇଲ ଫୋନ, ତିନୋଟି ଏଟିଏମ୍ କାର୍ଡ, ତିନୋଟି ଆଧାର କାର୍ଡ, ଦୋଷୀ ଖାଇରୁଲ ବସ୍ସର ର ଗୋଟିଏ ଡାଇଭରିଂ ଲାଇସେନ୍ସ , ନଗଦ ୪୭୦ ଟଙ୍କା ଓ ଗୋଟିଏ ଧଳା ରଙ୍ଗର ମାରୁତି ସ୍ବିଫଟ୍ କାର ଯାହାର ନଂ JH 01DQ 5430 ଏବଂ ଅଭିଯୁକ୍ତ ଆସାମୀ ମାନେ ହେଲେ ୧) ମୁକେଶ ତିୱାରି (୩୬) ପିତା ଜୟନ୍ତ କୁମାର ତିୱାରି, ଆଦିତ୍ୟପୁର, ଷଢେଇକଳା, ଝାଡଖଣ୍ଡ,୨) ଖାଇରୁଲ ବସ୍ସର (୩୨) ପିତା ନିଜାମୁଦ୍ଦିନ, ବେଲହରି,ଖାନପୁର, ଉତ୍ତର ପ୍ରଦେଶ ଓ ୩) ଏମ୍ ଡି ଇସହଦ (୩୩) ପିତା ଏମ୍ ଡି ମୁସତାକ, ବେଲହରି, ଖାନପୁର, ଉତ୍ତର ପ୍ରଦେଶ ବୋଲି ପ୍ରାପ୍ତ ସୂଚନାରୁ ମିଳିପାରିଛି | ଏହି ଅବକାଶରେ ଇଲେକଟ୍ରୋନିସ୍ ଓ ଛାପାକଳର ସମସ୍ତ ପ୍ରତିନିଧି ଦଳ ଯୋଗ ଦେଇଥିଲେ |

Leave A Reply

Your email address will not be published.