ନୁଦୁରାମ ସୋରେନଙ୍କ ଜୟନ୍ତୀ ପାଳିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନୁଦୁରାମ ସୋରେନଙ୍କ ଜୟନ୍ତୀ ପାଳିତ | ବୀର ଚକ୍ର ସହିଦ ନାଏବ ସୁବେଦାର ନୁଦୁରାମ ସୋରେନ ଏପ୍ରିଲ ୨ ୧୯୭୭ ମସିହା ରେ ରାଇରଙ୍ଗପୁର ବ୍ଲକ ଅଧିନସ୍ତ ବଡ ଚମ୍ପାଉଦା ଗ୍ରାମରେ ଜନ୍ମଲାଭ କରିଥିବା ବେଳେ ଶତୃ ବିପକ୍ଷରେ ଲଢି ଗଲୱାନ ଘାଟିରେ ୧୬ ଜୁଲାଇ ୨୦୨୦ ମସିହାରେ ସହିଦ ହୋଇଥିଲେ |

ତାଙ୍କର କୃତିତ୍ବ ତଥା ଦେଶ ପାଇଁ ତ୍ୟାଗପୃତ ଜୀବନ ମନୋଭାବ ନିମନ୍ତେ ରାଇରଙ୍ଗପୁର ବାସୀ ଏବଂ ଓଡିଶାର ସମସ୍ତ ଜନମାନସରେ ଚିରସ୍ମରଣୀୟ ରହିଥିବେ | ଆଜି ତାଙ୍କର ଜୟନ୍ତୀ ପାଳନ ଅବସରରେ ରାଇରଙ୍ଗପୁର ସହରସ୍ତ ବସଷ୍ଟାଣ୍ଡ ନିକଟବର୍ତ୍ତୀ ନୁଦୁରାମ ସୋରେନ ପ୍ରତିମୂର୍ତ୍ତୀ ନିକଟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା | ସଭାପତି ପଦ୍ମଲୋଚନ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଅଧ୍ୟାପିକା ପ୍ରିୟଦର୍ଶିନୀ ବେହେରା, ସମ୍ମାନିତ ଅତିଥି ମେଜର ମହେନ୍ଦ୍ର ମହାନ୍ତ , ଡକ୍ଟର ରମେଶ ଚନ୍ଦ୍ର ମାର୍ଣ୍ଡି, ଅଧ୍ୟାପକ ବିଜୟ କୁମାର ରାମ, ମୁଚିରାମ ମାଝୀ ତଥା ଆବାହକ ଭାବେ ନୁଦୁରାମ ସୋରେନ ମେମୋରିଆଲ ଟ୍ରଷ୍ଟ ସମ୍ପାଦକ ମନୋରଂଜନ ହାଁସଦାଃ ପ୍ରମୁଖ ଉପସ୍ଥିତ ଥିଲେ |

ଉକ୍ତ ବୈଠକରେ ସୁଶେନ ମୁଣ୍ଡା, ଶୁକଦେବ ଗିରି, ହିମାଂଶୁ ଭୂୟାଁ, ପଦ୍ମଲୋଚନ ବିନ୍ଧାଣୀ ତଥା ଟ୍ରଷ୍ଟର ଅନ୍ୟାନ୍ୟ ସଦସ୍ୟଗଣ ଯୋଗ ଦେଇଥିଲେ | ଅତିଥିଗଣ ସହିଦ ନୁଦୁରାମ ସୋରେନଙ୍କ ଅତୀତ ରୋମାନ୍ଥନ କରି ତାଙ୍କର ପ୍ରତିମୂର୍ତ୍ତୀରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ | ତାଙ୍କର କୃତିତ୍ବ ପାଇଁ ରାଇରଙ୍ଗପୁର ଏବଂ ଓଡିଶାର ପୁରପଲ୍ଲୀ ଗର୍ବିତ ବୋଲି ଜୋର ଦେବା ସହିତ ସହିଦ ନୁଦୁରାମ ସୋରେନ ଅମର ରହେ ସ୍ଲୋଗାନ ଦେଇଥିଲେ |

Leave A Reply

Your email address will not be published.