ତନ୍ତିଆ ପାଳ ସାମୁଦ୍ରିକ ପୋଲିସ ଓ ସିଆଇଏସଏଫ ଯବାନର ମିଳିତ ଫ୍ଲାଗ ମାର୍ଚ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ତନ୍ତିଆ ପାଳ ସାମୁଦ୍ରିକ ପୋଲିସ ଓ ସିଆଇଏସଏଫ ଯବାନର ମିଳିତ ଫ୍ଲାଗ ମାର୍ଚ  | 2024 ସାଧାରଣ ନିର୍ବାଚନ ଅବ୍ୟହିତ ପୂର୍ବରୁ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧିକାରୀ ସଞ୍ଜୟ କୁମାର ମଲ୍ଲିକ ଙ୍କ ନେତୃତ୍ୱରେ ଥାନା ଅଂଚଳର ଗୋଗୁଆ, ଜଗତଯୋର, ବେଣାକନ୍ଧା, ବାବର ଓ ବଢିହି ରେ ଫ୍ଲାଗ ମାର୍ଚ ଅନୁଷ୍ଠିତ ହୋଇଯାଇଛି  |

ରବିବାର ଅପରାହ୍ନ ରେ ମିଳିତ ଫ୍ଲାଗ ମାର୍ଚ ରେ ତିନି ପ୍ଲାଟୁନ ସିଆଇଏସଏଫ ଯବାନ ଓ ତନ୍ତିଆପାଳ ପୋଲିସ କର୍ମଚାରୀ ସାମିଲ ଥିଲେ | ଥାନା ଅଧିକାରୀ ଶ୍ରୀମଲ୍ଲିକ ଓ ସବଇନ୍ସପେକ୍ଟର ଚୌଧୁରୀ ଲକ୍ଷ୍ମଣ କୁମାର ମିଶ୍ର ଏବଂ 536ସିଆଇଏସଏଫ ସବଇନସପେକ୍ଟର ଆଜମେର ସିଂ ଆଦି ଯୋଗ ଦେଇଥିଲେ |

ମୁଖ୍ୟତଃ ଆଗାମୀ ନିର୍ବାଚନ କାଳରେ ଶୃଙ୍ଖଳିତ ପ୍ରଚାର ପ୍ରସାର, ସଭା ଓ ରାଲି ରେ ଭୋଟର ଙ୍କ ଭାଗିଦାରୀତା ଏବଂ ସ୍ୱଚ୍ଛ, ଅବାଧ ନିର୍ବାଚନ ପରିଚାଳନା ର ଲକ୍ଷ୍ୟ ରଖିଛି ପ୍ରଶାସନ | ଏନେଇ ପ୍ରାରମ୍ଭିକ ଭାବେ ଥାନା ପରିସୀମାର ସମ୍ବେଦନଶୀଳ ଅଂଚଳରେ ଫ୍ଲାଗ ମାର୍ଚ ପାଇଁ ଜିଲ୍ଲା ପ୍ରଶାସନପୋଲିସ ପ୍ରସାଶନ ର ସୂଚନା ରହିଥିବାର ଜଣାପଡିଛି |

Leave A Reply

Your email address will not be published.