ପ୍ରାର୍ଥୀ ଘୋଷଣାକୁ ନେଇ ତେଜୁଛି ଅସନ୍ତୋଷ ଓ ଘନାଉଛି ବିବାଦ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମାତ୍ର କିଛି ଦିନ ବ୍ୟବଧାନ ରେ 24 ନିର୍ବାଚନ | ଆଉ ଏଇ ନିର୍ବାଚନ କୁ ଆଖି ଆଗରେ ରଖି ନେତାଙ୍କ ଠାରୁ କର୍ମୀ ଯାଏଁ ସମସ୍ତେ ଚଳଚଞ୍ଚଳ | ତେବେ ନିକଟରେ ରାଜ୍ୟର ତିନି ପ୍ରମୁଖ ଦଳ ପ୍ରାର୍ଥୀ ଚୟନ କରିବା ସହ ଘୋଷଣା ମଧ୍ୟ କରିଛନ୍ତି | ମାତ୍ର କେତେକ କ୍ଷେତ୍ରରେ ଏଇ ପ୍ରାର୍ଥୀ ଘୋଷଣାକୁ ନେଇ ତେଜୁଛି ଅସନ୍ତୋଷ ଓ ଘନାଉଛି ବିବାଦ |

ତେବେ ରାଜଧାନୀ ଭୁବନେଶ୍ୱର ର ଉତ୍ତର ନିର୍ବାଚନ ମଣ୍ଡଳୀ ନିର୍ବାଚନ ସମୟରେ ସବୁବେଳେ ଚର୍ଚ୍ଚାର କେନ୍ଦ୍ରରେ ଥାଏ | ଏଥର 24 ନିର୍ବାଚନ ପୂର୍ବରୁ ସେହି ନିର୍ବାଚନମଣ୍ଡଳୀ ର ସାଧାରଣ ଜନତା ମଧ୍ୟ ବିଭିନ୍ନ ସ୍ଥାନରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି | ସେମାନଙ୍କର କହିବା ମୁତାବକ ତାଙ୍କୁ ତାଙ୍କର ଜନପ୍ରତିନିଧି ଭାବରେ ଜିଗାଂଶୁ ଶେଖର ପଣ୍ଡା ହିଁ ଦରକାର | କାରଣ ଦୀର୍ଘ 10 ବର୍ଷ ହେବ ଏହି ଅଂଚଳବାସୀ ଙ୍କ ସହ ସେ ସୁଖ ଦୁଃଖ, ହାନି ଲାଭ ସବୁଥିରେ ରହି ଆସିଛନ୍ତି | ପ୍ରତିଟି ବସ୍ତିରେ ପହଞ୍ଚି ତାଙ୍କ ଭଲ ମନ୍ଦ ପଚାରି ବୁଝିବା ସହ ଉପଯୁକ୍ତ ପଦକ୍ଷେପ ମଧ୍ୟ ନେଇ ଛନ୍ତି | ନିର୍ବାଚନ ସମୟ ହେଲେ ନେତା ମାନେ ଆସନ୍ତି, ମିଠା ମିଠା କଥା କୁହନ୍ତି ଆଉ ସର୍ବଶେଷରେ ଭୋଟ ନେଇ ଭୁଲି ଯାନ୍ତି |

ମାତ୍ର ମାଟିର ପୁଅ ଯୁଗଂଶୁ ଅନ୍ୟ ମାନଙ୍କ ପରି ନୁହନ୍ତି | ଅସମୟରେ ତାଙ୍କୁ ଡାକ କି ନ ଡାକ ସେ ଦୁଆରେ ପହଞ୍ଚି ଯାଆନ୍ତି ଆଉ ଦରଦୀ ପରିବାର ସଦସ୍ୟ ଟିଏ ପରି ଖୋଲା ହାତରେ ସାହାଯ୍ୟ କରନ୍ତି | ଏଣୁ ଏମିତି ଜଣେ ଦରଦୀ ବନ୍ଧୁ ଙ୍କୁ ହରାଇ ବାକୁ ଚାହେଁନି ଏହି ଉତ୍ତର ନିର୍ବାଚନ ମଣ୍ଡଳୀ | ବସ୍ତି ବାସିନ୍ଦାମାନେ ହାତ ଯୋଡି ଅନୁରୋଧ କରି ଏହା ମଧ୍ୟ କହିଛନ୍ତି ଯେ ଯଦି ଆମ ଜିଗାଂଶୁ ଭାଇଙ୍କୁ ଦଳ ପ୍ରାର୍ଥୀ ନ କରେ ତେବେ ଭାଇ ଯାହା ବି ନିଷ୍ପତ୍ତି ନେବେ ଆମେ ସେ ନିଷ୍ପତିରେ ଭାଇ ଙ୍କ ସହ ରହିଛୁ | ତେବେ ସାଧାରଣ ଜନତାଙ୍କ ଏଭଳି ବିକ୍ଷୋଭ ରାଜଧାନୀ ର ଉତ୍ତର ନିର୍ବାଚନ ମଣ୍ଡଳୀରେ ଏକ ଯୁଗାନ୍ତ ପରିବର୍ତନ ଆଣିଦେବ ନିଶ୍ଚୟ |

Leave A Reply

Your email address will not be published.