ଜୋରଦାର ପ୍ରଚାର ଆରମ୍ଭ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜୋରଦାର ପ୍ରଚାର ଆରମ୍ଭ । କେନ୍ଦ୍ରାପଡା ଲୋକସଭା ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ପ୍ରଥମେ ତାଙ୍କ ସଂସଦୀୟ କ୍ଷେତ୍ର ସାଲେପୁର ପାଗ ଲଷ୍ମୀନୃସିଂହ ମନ୍ଦିର ରେ ପୂଜା ଅର୍ଚନା କରି ଏକ ବିଶାଳ ଶୋଭା ଯାତ୍ରା କରି କଟକ ଚାନ୍ଦବାଲି ରାସ୍ତା ର ସାଲେପୁର ଓ ନିଶ୍ଚିନ୍ତକୋଇଲି ବ୍ଲକ ରେ ରୋଡ ସୋ କରିଛନ୍ତି |

ତାଙ୍କ ସାଙ୍ଗରେ ଅଛନ୍ତି ପର୍ଯ୍ୟବେକ୍ଷକ ପ୍ରତାପ ଜେନା, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ରାଜ ନଗର ବିଧାୟକ ପାର୍ଥି ଧ୍ରୁବସାହୁ ଏକ ବିଶାଳ ରାଲି ସହ ବିପୁଳ ସ୍ୱାଗତ ଜଣାଉଛନ୍ତି ଅଂଚଳ ବାସୀ | ଅଂଶୁମାନ ମହାନ୍ତି କହିଛନ୍ତି କେନ୍ଦ୍ରାପଡ଼ା ହେଉଛି ବିଜୁ ବାବୁ ଙ୍କ ମାଟି ଏଠି କେବଳ ନବୀନ ପଟନାୟକ ଏବଂ ଶଙ୍ଖ ଚି଼ହ୍ନ ରେ ଲୋକ ମାନେ ଭୋଟ ଦେଇଆସୁଛନ୍ତି |

ଆଉ ଏଥର ମଧ୍ୟ ଲୋକ ମାନେ ନବୀନ ପଟନାୟକ ଙ୍କୁ ବିପୁଳ ସମର୍ଥନ ଦେବା ଶହ କେନ୍ଦ୍ରାପଡ଼ା ଆସନରୁ ଆମେ ବିପୁଳ ପରିମାଣରେ ବିଜୟ ଲାଭ କରିବୁ | ତାହା ସହ ଅଂଶୁମାନ କହିଛନ୍ତି କେନ୍ଦ୍ରାପଡ଼ା ଲୋକସଭା ରେ ବିରୋଧୀ ଙ୍କ କିଛି ଚି଼ହ୍ନ ରହିବନି |

Leave A Reply

Your email address will not be published.