ଓଡ଼ିଆ ନ୍ୟୁଜ୍: ଆସନ୍ତାକାଲି ଭଙ୍ଗାଯିବ ବାବା କାଶୀନାଥଙ୍କ ବୈକୁଣ୍ଠଧାମ ଆଶ୍ରମ। ବହୁ ବାଦ ବିବାଦ ପରେ ଆଶ୍ରମକୁ ଭାଙ୍ଗିବାକୁ ଯୋଜନା କରିଛି ବିଡିଏ। ଏନେଇ ବିଡିଏ ଘୋଷଣା ବି କରିସାରିଛି। କିନ୍ତୁ ଏବେବବି ଆତ୍ମଘୋଷିତ ବାବା କାଶୀନାଥଙ୍କ ଦେଖାମିଳୁନାହିଁ। ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ କୁଆଡେ ଗଲେ ବାବା କାଶୀନାଥ। ଦେଖନ୍ତୁ ଏହି ରିପୋର୍ଟ। ବୈକୁଣ୍ଠ ଧାମ ଆଶ୍ରମରେ ଆଉ ଚାଲିବନାହିଁ ଆତ୍ମଘୋଷିତ ବାବା କାଶୀନାଥଙ୍କ ଦରବାର। ଧର୍ମ ନାଁରେ ଆଉ ଠକିପାରିବେ ନାହିଁ ବାବା କାଶୀନାଥ। ବେଆଇନ ଭାବେ ସରକାରୀ ଜମି ଉପରେ ଗଢିଥିବା ସାମ୍ରାଜ୍ୟକୁ ମାଟିରେ ମିଶାଇବାକୁ ଯାଉଛି ବିଡିଏ।
ଭୁବନେଶ୍ୱରର ଘାଟିକିଆ ଅଞ୍ଚଳରେ ବହୁ ବର୍ଷ ଧରି ସରକାରୀ ଜମିକୁ ହଡପ କରି ବୈକୁଣ୍ଠ ଧାମ ଆଶ୍ରମ କରିଥିଲେ ବାବା କାଶୀନାଥ। ପୁଅକୁ କଳକୀ ଅବତାର ସଜେଇ ଲୋକଙ୍କୁ ଭୁତାଇ ଚାଲିଥିଲେ ବାବା କାଶୀନାଥ। ଆଶ୍ରମ ଆଳରେ ବହୁ ଅନ୍ୟାୟ ହୋଇଥିବାରୁ ଆଶ୍ରମକୁ ଭଙ୍ଗା ଯିବା ଉଚିତ ବୋଲି ଅନେକ ଯୁକ୍ତି ବାଢିଛନ୍ତି। ଜବରଦଖଲ ଉଛେଦ ପାଇଁ ବିଡିଏ ପୂର୍ବରୁ ସଜବାଜ ହୋଇଥିଲା। ମାଇକରେ ଘୋଷଣା ବି କରିଥିଲା। କିନ୍ତୁ ହାଇକୋର୍ଟରେ ମିଛ ତଥ୍ୟ ଦେଇ ଜବରଦଖଲ ଉଛେଦ ଉପରେ ରହିତାଦେଶ ଆଣିଥିଲେ ଆଶ୍ରମ କର୍ତ୍ତୃପକ୍ଷ । କିନ୍ତୁ ରହିତାଦେଶ ଉଠାଇବା ପରେ ପୁଣି ଥରେ ଆଶ୍ରମ ଭାଙ୍ଗିବାକୁ ପ୍ରସ୍ତୁତ ହୋଇସାରିଛି ବିଡିଏ।