ସୈଫ୍ ଅଲି ଖାନଙ୍କ ଆକ୍ରମଣକାରୀ ଚିହ୍ନଟ କଲା ପୋଲିସ

0

ଓଡ଼ିଆ ନ୍ୟୁଜ୍: ବଲିଉଡ ଷ୍ଟାର ସୈଫ୍ ଅଲି ଖାନଙ୍କୁ ଆକ୍ରମଣ କରିଥିବା ଦୁର୍ବୃତ୍ତଙ୍କୁ ଚିହ୍ନଟ କଲା ପୋଲିସ। ଏନେଇ ସୂଚନା ଦେଇଛି ପୋଲିସ। ନିଜ ଘରେ ଅଜଣା ବ୍ୟକ୍ତିଙ୍କ ଦ୍ବାରା ଆକ୍ରମଣର ଶିକାର ହୋଇ ମୁମ୍ବାଇ ଲିଲାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ବେକ ଓ ମେରୁଦଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କର ନ୍ୟୁରୋ ସର୍ଜରୀ କରାଯାଇଥିବା ସୂଚନା ରହିଛି। ତାଙ୍କୁ ଏବେ ଆଇସିୟୁରେ ରଖାଯାଇଛି।
ଗତକାଲି ରାତି ପାଖାପାଖି ୨ ଟା ସମୟରେ ସୈଫ୍ ତାଙ୍କ ପିଲାଙ୍କ ରୁମରେ ଥିବାବେଳେ ସେଠାରେ ତାଙ୍କୁ ଜଣେ ଆତତାୟୀ ଛୁରାମାଡ କରିଥିଲା। ବ୍ୟକ୍ତି ଜଣକ ସେଠାରୁ ପୂର୍ବରୁ ଲୁଚି ରହିଥିବା କୁହାଯାଉଛି। ବ୍ୟକ୍ତି ଜଣକ ଚୋରୀ ଉଦ୍ଦେଶ୍ୟରେ ଘରେ ପଶିଥିଲା। ଏବଂ ନିଜ ଉଦ୍ଦେଶ୍ୟରେ ବିଫଳ ହେବାରୁ ସୈଫଙ୍କୁ ଆକ୍ରମଣ କରିବା ପରେ ସିଡି ପଟେ ଖସିପଳାଇଥିଲା। ହେଲେ ସିସିଟିଭି ନଜରରେ ପଡିନଥିଲା।

Leave A Reply

Your email address will not be published.