NAC ଦାବିରେ ବାଲିଆପାଳ କଂଗ୍ରେସ ପକ୍ଷରୁ ବ୍ଲକ ସମ୍ମୁଖରେ ବିକ୍ଷୋଭ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲିଆପାଳକୁ NAC ଦାବିରେ ବାଲିଆପାଳ କଂଗ୍ରେସ ପକ୍ଷରୁ ବ୍ଲକ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ | ସୂଚନା ଅନୁଯାୟୀ ରାଜ୍ୟସରକାର ଗତ କିଛି ଦିନ ତଳେ ରାଜ୍ୟରେ ୩୫ଟି ନୂଆ NAC ଘୋଷଣା କରିଥିଲା ବେଳେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଏଥିରୁ ବାଦ ପଡିଛି |

NAC ଗଠନ ପାଇଁ ଆବଶ୍ୟକ ହେଉ ଥିବା ସମସ୍ତ ଭିତ୍ତିଭୂମି ସ୍କୁଲ କଲେଜ ସରକାରୀ ଅଫିସ ଥିଲେ ମଧ୍ୟ ସରକାର ଏହାକୁ ଅଣଦେଖା କରିଛନ୍ତି | ବିଶେଷ କରି ବାଲିଆପାଳରେ ସୁବିସ୍ତିର୍ଣ୍ଣ ଡଗରା ବେଳା ଭୂମି ରହିଛି, ଏଠାକୁ ପ୍ରତ୍ୟେକ ଦିନ ଶହ ଶହ ପର୍ଯ୍ୟଟକ ବୁଲିବାକୁ ଆସନ୍ତି |ଆଗାମୀ ଦିନରେ ସୁବର୍ଣ୍ଣରେଖା ବନ୍ଦର ଓ ପେଟ୍ରକେମିକାଲ ବନ୍ଦର ହେବାକୁ ଥିଲା ବେଳେ ସରକାର ବାଲିଆପାଳକୁ ଅଣଦେଖା କରିଛନ୍ତି |

ବାଲିଆପାଳକୁ NAC ଗଠନ ପାଇଁ ବାଲିଆପାଳବାସି ବାରମ୍ବାର ଦାବୀ କରିଥିଲେ ମଧ୍ୟ ରାଜ୍ୟସରକାର ଏହାକୁ କର୍ଣ୍ନ ପାତ କରିନାହାନ୍ତି | ଏହାକୁ ବିରୋଧ କରି ବାଲିଆପାଳ କଂଗ୍ରେସ ପକ୍ଷରୁ ଶତାଧିକ କଂଗ୍ରସ କର୍ମୀ ଏକ ବିଶାଳ ଶୋଭାଯାତ୍ରାରେ ଖଗଡାପାଳ ଶିବ ମନ୍ଦିର ଠାରୁ ବାହାରି ବାଲିଆପାଳ ବ୍ଲକ ପର୍ଯ୍ୟନ୍ତ ଯାଇ ବିକ୍ଷୋବ ସହିତ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି |

Leave A Reply

Your email address will not be published.