ଜୟପୁରରେ ସିଲ ହେଲା ଅଲ୍ଟ୍ରା ସାଉଣ୍ଡ ମେସିନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜୟପୁରରେ ସିଲ ହେଲା ଅଲ୍ଟ୍ରା ସାଉଣ୍ଡ ମେସିନ | ଆଜି ଜୟପୁର ରେ ସିଲ ହୋଇଛି ଅଲ୍ଟ୍ରା ସାଉଣ୍ଡ ମେସିନ |

ଗତ କିଛିଦିନ ଧରି ସରକାର ନିର୍ଧାରିତ କରିଥିବା ଦର ବଢାଇଥିବାରୁ କୋରାପୁଟ ଜିଲ୍ଲାରେ ଅନେକ ସ୍ଥାନରେ ରହିଥିବା ଘରୋଇ କ୍ଲିନିଙ୍ଗ ଗୁଡିକରେ ଜିଲ୍ଲା ପ୍ରାସାଶନ ଲଗାତାର ଯାଞ୍ଚ କରିବା ସହିତ ବିନା ଡାକ୍ତରେ ହେଉଥିବା ମେସିନ ଗୁଡିକୁ ଜିଲ୍ଲା ପ୍ରଶାସନ ସିଲ କରୁଛି |

ଆଜି ଜୟପୁର ଦୋଳ ମଣ୍ଡପ ସାହି ରେ ଥିବା ଗୌରୀ ଶଙ୍କର ଘରୋଇ ନର୍ସିଙ୍ଗ ହୋମ ରେ ଥିବା ଅଲ୍ଟ୍ରା ସାଉଣ୍ଡ ମେସିନ କୁ ସିଲ କରିଛି ଜିଲ୍ଲା ପ୍ରସାସନ | କାରଣ ଦୀର୍ଘ ଦିନ ଧରି ଏଠି ଅଧିକା ଦର ସହିତ ବିନା ଡାକ୍ତରେ ଯାଞ୍ଚ ଅଭିଯୋଗ ହେଇଥିବାର ଅଭିଯୋଗ ରହିଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି |

Leave A Reply

Your email address will not be published.