ଓଡ଼ିଶାରେ ଗଡ଼ିବ ‘ବନ୍ଦେ ମେଟ୍ରୋ’: ରେଳମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟକୁ ମିଳିଛି ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ି ରେଳ ଯାତ୍ରାରେ ଆଉଗୋଟିଏ ମାଇଲ ଖୁଂଟ ଅତିକ୍ରମ କରିଛି ଓଡିଶା । ପୁରୀରୁ ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ ଉତ୍ସବରେ ଆଉଏକ ବଡ ଘୋଷଣା କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରେଳମନ୍ତ୍ରୀଙ୍କ ଘୋଷଣା କରିଛନ୍ତି ଓଡି଼ଶାରେ ଖୁବଶୀଘ୍ର ‘ବନ୍ଦେ ମେଟ୍ରୋ’ ଟ୍ରେନ୍ ଚଳାଚଳ କରିବ । ପୁରୀ-ଭୁବନେଶ୍ୱର-କଟକରେ ଚଳାଚଳ କରିବ ‘ବନ୍ଦେ ମେଟ୍ରୋ’ । ଏଥିସହ ଓଡି଼ଶାକୁ ମିଳିବ ଦ୍ୱିତୀୟ ‘ବନ୍ଦେ ଭାରତ ଏକ୍ସପ୍ରେସ’ । ଏହା ପୁରୀରୁ ସମ୍ବଲପୁର ଦେଇ ରାଉରକେଲାକୁ ଚାଲିବ । ଫଳରେ ଉପକୃତ ହେବେ ପଶ୍ଚିମ ଓଡ଼ିଶାବାସୀ । ସ୍ଲିପର ବନ୍ଦେ ଭାରତ ଏକ୍ସପ୍ରେସ ବି ଚଳାଚଳ କରିବାକୁ ଯୋଜନା । ଏପଟେ ନିଜସ୍ୱ ଉଦ୍ୟମରେ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।

ଏପ୍ରିଲ ପହିଲା ଉକ୍ରଳ ଦିବସରେ ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ପ୍ରସ୍ତାବିତ ପ୍ରକଳ୍ପ ଅଂଚଳ ବୁଲି ଦେଖିଥିଲେ ମୁଖ୍ୟ ଶାସନ ସଚିବ, ଫାଇବ-ଟି ସଚିବଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀ । ପ୍ରଥମ ପର୍ଯ୍ୟାୟରେ କଟକ ତ୍ରିଶୁଳିଆରୁ ଭୁବନେଶ୍ୱର ବିମାନବନ୍ଦର ଯାଏଁ ପ୍ରାୟ ୩୦ କିଲୋମିଟର ପଥରେ ମେଟ୍ରୋ ଟ୍ରେନ୍ ଚଳାଇବାକୁ ଯୋଜନା ରହିଛି । ଏପରିକି ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନକୁ ଏହାର ଡିପିଆର ଦାୟିତ୍ୱ ଦିଆଯାଇଛି । ପରବର୍ତୀ ସମୟରେ ମେଟ୍ରୋ ଟ୍ରେନ୍ ପୁରୀ ଓ ଖୋର୍ଦ୍ଧାକୁ ଚଳାଚଳ କରିବାକୁ ଯୋଜନା ରହିଛି । ନିର୍ବାଚନକୁ ଆଉ ବର୍ଷଟିଏ ବାକି ଥିବାବେଳେ ମେଟ୍ରୋ ଟ୍ରେନ କଥା କହି ଉଭୟ ବିଜେପି ବିଜେଡି ସରକାର ଜନମତକୁ ପ୍ରଭାବିତ କରିବା ପାଇଁ ରଣନୀତି କରୁଥିବା  ସାଧାରଣରେ ହୋଇଛି ଆଲୋଚନା

Leave A Reply

Your email address will not be published.