ସରକାରୀ ସହାୟତା ମିଳିଲେ ସାଆନ୍ତାଳୀ ବାଦ୍ୟ ଓ ନୃତ୍ୟ ରେ କମ୍ପିବ ବାର ନଂ ବସ୍ତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସରକାରୀ ସହାୟତା ମିଳିଲେ ସାଆନ୍ତାଳୀ ବାଦ୍ୟ ଓ ନୃତ୍ୟ ରେ କମ୍ପିବ ବାର ନଂ ବସ୍ତି  | ପିଢ଼ି ପିଢ଼ି ଧରି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଖରିନାସି ପଂଚାୟତ ବାର ନମ୍ବର ଠାରେ ବସବାସ କରିଆସୁଛନ୍ତି ଅନୁସୂଚିତ ଜନଜାତି ର ସାଆନ୍ତାଳୀ ଲୋକେ |

କିନ୍ତୁ ଖୁସି ର କଥା ଉପକୂଳ ବସ୍ତିରେ ରହି ଆସୁଥିବା ଲୋକେ ବି ଭୁଲି ନାହାଁନ୍ତି ନିଜର ଲୋକ କଳା ସାଆନ୍ତାଳୀ ବାଦ୍ୟ, ନୃତ୍ୟ ଓ ଗୀତ କୁ | ମାଘ ସପ୍ତମୀ ଭଳି ବିଭିନ୍ନ ଜାତି ର ପର୍ବ ପର୍ବାଣି ସହିତ ବିବାହ, ଏକୋଇଶିଆ ଆଦିରେ ବସ୍ତି ରେ ସାଆନ୍ତାଳୀ ନୃତ୍ୟ ର ଆସର ଜମିଥାଏ  |ସଭିଏଁ ବାଦ୍ୟ ଓ ନୃତ୍ୟ ରେ ମସଗୁଲ ରହି ଉତ୍ସବ କୁ ବେଶ ଉପଭୋଗ କରିଥାନ୍ତି | ଖୁସିର କଥା ବାହା କି ପୁନେଇଁ ପର୍ବ ରେ ନିଜ ଜାତିର ଆଖ ପାଖ ଗାଁ ର ଲୋକେ ଲୋଡିଲେ ବାର ନମ୍ବର ର ଏହି ଲୋକ କଳା ଟିମ ପହଂଚି ନିଜ କଳାର ପାରଦର୍ଶିତା ଦେଖାଇଥାନ୍ତି | ଆଉ ଜାତିର ଲୋକେ ବୋଲି ଖୁବ କମ ପାରିଶ୍ରମିକ ପାଇଁ ବେଶ ଖୁସି ଅନୁଭବ କରିଥାନ୍ତି |

ମାତ୍ର ନିଜ ବସ୍ତିରେ କାହାରି ଆବଶ୍ୟକ ପଡିଲେ ଲୋକ କଳା ଟିମ ଭାଇଚାରା ଦୃଷ୍ଟିରୁ ବିନା ପାରିଶ୍ରମିକ ରେ କଳା ପ୍ରଦର୍ଶନ କରିଥାନ୍ତି | କାହିଁ ଅନାଦି କାଳରୁ ଆଜିବି ବଂଚିଥିବା ସାଆନ୍ତାଳୀ ବାଦ୍ୟ, ନୃତ୍ୟ ଓ ଗୀତ ର ଆସର ଜମାଇ ଅନ୍ୟ କୁ ଖୁସି ଯୋଗାଉଥିବା କଳାକାର ମାନଙ୍କୁ ସରକାରୀ ସହାୟତା ମିଳିଲେ କଳା କୃତି ର ଅଗ୍ରଗତି ଘଟିବ ବୋଲି ବସ୍ତିର ମୁରବି ମାନେ ଦାବି କରନ୍ତି |

Leave A Reply

Your email address will not be published.