ବର୍ଷାନୁଭବ ବିବାଦ : ବର୍ଷାଙ୍କ ବିରୋଧରେ ଇଡିରେ ଫେରାଦ ହେଲେ ଅନୁଭବ

0

କଟକ(ଓଡ଼ିଆ ନ୍ୟୁଜ୍‌): ଦିିନକୂୁ ଦିନ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟ ଦର୍ଶନୀଙ୍କ ବିବାଦ ଅଡ଼ୁଆ ସୂତା ପରି ଛନ୍ଦି ହେଉଛି । ପ୍ରଥମେ କୋର୍ଟରେ ମାମଲା ପରେ ସୋସିଆଲ ମିଡିଆରେ ଆରୋପ ପ୍ରତ୍ୟାରୋପ ଓ ତାପରେ ଏବେ ବର୍ଷାଙ୍କ ବିରୋଧରେ ଇଡିରେ ହାଜର ହୋଇଛନ୍ତି ଅନୁଭବ । ବର୍ଷା ବିଭିନ୍ନ ସରକାରୀ ଦସ୍ତାବିଜରେ ନିଜର ଏକାଧିକ ଓ ତ୍ରୁଟିପୂର୍ଣ୍ଣ ପରିଚୟ ଦେଇ ଟିକସ ଫାଙ୍କୁଥିବା ଓ କଳାଟଙ୍କା ରଖୁଥିବା ନେଇ ଅଭିଯୋଗ ଆଣିଛନ୍ତି ଅନୁଭବ ।

ଅଭିଯୋଗରେ ଅନୁଭବ ଦର୍ଶାଇଛନ୍ତି ଯେ, ଟିକସ ଫାଙ୍କିବା ପାଇଁ ବର୍ଷା ଉଦ୍ଦେଶ୍ୟମୂଳକ ଭାବେ ବିଭିନ୍ନ ସରକାରୀ ଦସ୍ତାବିଜରେ ଭିନ୍ନ ଭିନ୍ନ ପରିଚୟ ଦେଇଛନ୍ତି। ସରକାରୀ ଦସ୍ତାବିଜରେ କେଉଁଠି ଭର୍ଷା ପ୍ରିୟଦର୍ଶିନୀ ତ ଆଉ କେଉଁଠି ବର୍ଷା ପ୍ରିୟଦର୍ଶିନୀ ବୋଲି ଲେଖିଥିବା ଅଭିଯୋଗ କରିଛନ୍ତି । ସେହିପରି ମାଟ୍ରିକ୍ ସାର୍ଟିଫିକେଟ୍, ଜନ୍ମ ସାର୍ଟିଫିକେଟ୍, ଆଧାରକାର୍ଡ, ପାନ୍ କାର୍ଡ, ପାସପୋର୍ଟ ଓ ବ୍ୟାଙ୍କ ପାସବୁକରେ ମଧ୍ୟ ନାମ, ମଝି ନାମ ଓ ସାଙ୍ଗିଆ ଭିନ୍ନ ରହିଛି । ଆକ୍ସିସ୍ ବ୍ୟାଙ୍କରେ ବର୍ଷାଙ୍କର ଏକାଧିକ ଆକାଉଂଟ ଥିବା ବେଳେ ସେଥିରେ ନାଁର ବନାନ ଭିନ୍ନ ଭିନ୍ନ ରହିଥିବା ଅଭିଯୋଗ ଆଣିଛନ୍ତି ଅନୁଭବ ।

Leave A Reply

Your email address will not be published.