ସାବଧାନ ଆପଣ ଅଧିକ ସମୟ ମୋବାଇଲ ଦେଖୁଛନ୍ତିକି?

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) :ମୋବାଇଲ ଆଜିକାଲି ଲୋକଙ୍କର ଏକ ଅବିଚ୍ଛେଦ୍ୟ ଅଂଶବିଶେଷ ଭାବେ ଉଭା ହୋଇଛି । କାହା ସହିତ କଥା ହେବାକୁ ହେଲେ କି ଅଫିସର ମେଲ୍ ଚେକ୍ କରିବାକୁ ହେଲେ କିମ୍ୱା ଅନଲାଇନ୍ ଅର୍ଡର କରିବାକୁ ହେଲେ ଏ ସମସ୍ତ କାର୍ୟ୍ୟ ପାଇଁ ଆମେ ମୋବାଇଲ ଫୋନର ସାହାଯ୍ୟ ଲୋଡ଼ୁ । ଫୋନର ବ୍ୟବହାର କରି ନୂଆ ନୂଆ ଟେକ୍ନୋଲୋଜିର ଅପଡେଟ୍ ରୁହନ୍ତି ଏହା କିନ୍ତୁ, ଏହା ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖୁବ୍ ନକାରତ୍ମକ ପ୍ରଭାବ ପକାଇଥାଏ । ଏଥିପାଇଁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦିଏ । ପୂର୍ବରୁ ଏଭଳି ଅନେକ ରିପୋର୍ଟ ଆପଣ ଦେଖିଥିବେ ଯେଉଁଥିରେ ମୋବାଇଲ ବହୁଳ ବ୍ୟବହାର ଫଳରେ ଅନେକ ଶାରୀରିକ ଓ ମାନସିକ ସମସ୍ୟା ଉପୁଜିଥିବାର କୁହାଯାଇଛି ।

ମୋବାଇଲର ବ୍ୟବହାର ଫଳରେ ଶରୀରରେ ପଡ଼ୁଥିବା ପ୍ରଭାବ ଉପରେ ଡାକ୍ତରଙ୍କ କହିବାନୁସାରେ, ଯେଉଁ ଲୋକ ୩୦ ମିନିଟରୁ ଅଧିକ ମୋବାଇଲ ବ୍ୟବହାର କରୁଛନ୍ତି, ସେମାନଙ୍କୁ ଉଚ୍ଚ ରକ୍ତଚାପର ଆଶଙ୍କା ଅଧିକ ରହିଛି । ମୋବାଇଲ ଫୋନରୁ ନିର୍ଗତ ହେଉଥିବା ରେଡିଓ ଫ୍ରିକୁଏନ୍ସି ଉଚ୍ଚ ରକ୍ତଚାପର ସବୁଠୁ ବଡ଼ କାରଣ । ଡାକ୍ତରଙ୍କ ମତରେ ମୁମ୍ୱାଇରେ ବାସ କରୁଥିବା ଲୋକଙ୍କ ମଧ୍ୟରେ ଏଭଳି ସମସ୍ୟା ଅଧିକାଂଶ ଦେଖାଯାଉଛି । ଖାଦ୍ୟ, ବସ୍ତ୍ର, ବାସଗୃହ ଭଳି ମୌଳିକ ଆବଶ୍ୟକତାରେ ବର୍ତ୍ତମାନ ମୋବଇଲ ମଧ୍ୟ ଏକ ପ୍ରକାରେ ସାମିଲ । ତେବେ ଆସନ୍ତୁ ଜାଣିବା ମୋବାଇଲ ଫୋନର ବ୍ୟବହାରରେ କେଉଁ ପ୍ରକାର ସମସ୍ୟାର ସମ୍ମୁଖୀନ କରିବାକୁ ପଡ଼େ-

ଆଖି ସମସ୍ୟା ଦେଖାଦିଏ:-

ଶରୀର ମଧ୍ୟରୁ ଆଖି ସମ୍ୱେଦନଶୀଳ ଅଙ୍ଗ ମଧ୍ୟରୁ ଗୋଟିଏ । ଲଗାତାର ମୋବାଇଲ ଦେଖିବା ଫଳରେ ଆଖି ଉପରେ ଏହାର କୁପ୍ରଭାବ ପଡ଼ିଥାଏ । ମୋବାଇଲର ନୀଳ ରଙ୍ଗର ସ୍କ୍ରିନ୍ ଆପଣଙ୍କ ଆଖିକୁ ଖୁବ୍ କ୍ଷତି ପହଞ୍ଚାଇପାରେ ।

ହାତରେ ଯନ୍ତ୍ରଣା ଦେଖାଦିଏ:-

କୌଣସି ଜିନିଷର ଆବଶ୍ୟକତାଠାରୁ ଅଧିକ ବ୍ୟବହାର ଖୁବ୍ କ୍ଷତିକାରକ ହୋଇପାରେ । ଯେତେବେଳେ କଥା ଇଲେକଟ୍ରୋନିକ୍ସ ବସ୍ତୁ ଉପରେ ଆସେ ସେତେବେଳେ ସାବଧାନତାର ସହ ଏଗୁଡ଼ିକର ବ୍ୟବହାର କରିବା ଉଚିତ୍ । ଫୋନର ବହୁଳ ବ୍ୟବହାରରେ ହାତ ଝିମଝିମ୍ ହେବା ସହ ହାତରେ ଯନ୍ତ୍ରଣା ଦେଖାଦିଏ ।

ନିଦ୍ରହିନତା:-

ନିଦ ଆମର ଜୀବନଶୈଳୀ ପାଇଁ ଆବଶ୍ୟକ ଏବଂ ଭଲ ନିଦ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଜରୁରୀ । ବିଳମ୍ୱିତ ରାତି ଯାଏ ମୋବାଇଲ ବ୍ୟବହାର କରୁଥିଲେ ଶୋଇବା ସମୟରେ ହ୍ରାସ ହୋଇଥାଏ । ଫଳରେ ଆପଣଙ୍କୁ ଦିନରେ ଅଳସୁଆ ଲାଗିବା କୌଣସି କାମ କରିବାକୁ ଭଲ ଲାଗିନଥାଏ । ମୋବାଇଲ ବ୍ୟବହାର କେବେ କେବେ ନିଦ ନ ଆସିବାର କାରଣ ସାଜେ । ଏଥିପାଇଁ ଚିନ୍ତା ମଧ୍ୟ ବଢ଼ିଥାଏ ।

Leave A Reply

Your email address will not be published.