କଂଗ୍ରେସର ବିରାଟ ନିର୍ବାଚନ ସଭା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କଂଗ୍ରେସର ବିରାଟ ନିର୍ବାଚନ ସଭା | ବାଲେଶ୍ଵର ସଦର ନିର୍ବାଚନ ମଣ୍ଡଳୀ ଆଙ୍କ ପଞ୍ଚାୟତରେ କଂଗ୍ରେସର ବିରାଟ ନିର୍ବାଚନ ସଭା। ଲୋକସଭା ପାର୍ଥି ଶ୍ରୀକାନ୍ତ ଜେନା ଯୋଗଦେଇ ଜିଲ୍ଲାରେ ୨୦୦୯ରୁ ୨୦୧୪ ମଧ୍ୟରେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ହିସାଵ ଦେଇଥିଲେ।

ମାତ୍ର ୨୦୧୪ରୁ ୨୦୨୪ ମଧ୍ୟରେ ସେଭଳି କିଛି ଆଖିଦୃଶିଆ କାର୍ଯ୍ୟ ଜିଲ୍ଲାରେ ହୋଇନଥିବା ସେ ମତବ୍ୟକ୍ତ କରିଥିଲେ। ଜିଲ୍ଲାରେ ବିକାଶ ପାଇଁ ପୁଣିଥରେ ଉଭୟ ବିଧାନସଭା ଓ ଲୋକସଭା ଆସନରେ ହାତ ଚିହ୍ନରେ ଭୋଟ ଦେବାପାଇଁ ଲୋକଙ୍କୁ ନିବେଦନ କରିଥିଲେ। ଏହି ଅବସରରେ ମିଶ୍ରଣ ପର୍ବ ମଧ୍ୟ ଅନୁଷ୍ଠିତ ହୋଇଥିଲା।

ଅନ୍ୟ ମାନଙ୍କ ମଧ୍ୟରେ କଂଗ୍ରେସର ବିଧାୟିକା ପାର୍ଥି ମୋନାଲିସା ସାମଲ, ଜିଲ୍ଲା କଂଗ୍ରେସ ସଭାପତି ସଞ୍ଜୀବ ଗିରି, ଜିଲ୍ଲା ଗଣ ମାଧ୍ୟମ ସଂଯୋଜକ ବିକାଶ କୁମାର ଦାସ ଓ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନେତା ଉପସ୍ଥିତ ଥିଲେ।

Leave A Reply

Your email address will not be published.