ଓଡ଼ିଆ ନ୍ୟୁଜ୍: ଓଡ଼ିଶା ଦେଇ ଅତିକ୍ରମ କରୁଛି ଶକ୍ତିଶାଳୀ ଗଭୀର ଅବପାତ । ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ବହୁତ ବର୍ଷା ହୋଇଛି। ବାଲେଶ୍ୱର ଜିଲ୍ଲା ନୀଳଗିରିରେ ସର୍ବାଧିକ ବର୍ଷା ହୋଇଛି। ସୂଚନାଥାଉକି, ମୟୁରଭଞ୍ଜ ଓ ବାଲେଶ୍ୱରରେ ଅଧିକ ବର୍ଷା ହୋଇଛି। ସନ୍ଧ୍ୟା ସୁଦ୍ଧା ଜଳକା, ଶାଳନ୍ଦୀ ଓ ବୈତରଣୀ ନଦୀରେ ବନ୍ୟା ସମ୍ଭାବନା ଅଛି । ସନ୍ଧ୍ୟା ସୁଦ୍ଧା ବୈତରଣୀରେ ବଡ଼ ବନ୍ୟା ହୋଇପାରେ। ଡ୍ୟାମରୁ ନିଷ୍କାସନ ହେଉଥିବାରୁ ଭଦ୍ରକରେ ୱାଟର ଲଗିଙ୍ଗ ହେବ।
ଆସନ୍ତା ୨୪ ଘଣ୍ଟା ପରେ ପାଣି କମିବ। ଆଖୁଆପଦାରେ ସନ୍ଧ୍ୟା ସୁଦ୍ଧା ବିପଦ ସଂକେତ ପହଞ୍ଚିଯିବ। ଧାମନଗର, ଦଶରଥପୁର ଚାନ୍ଦବାଲି ପ୍ରଭାବିତ ହେବ। ଫଳରେ ଚାଷ ଜମି ବେଶ୍ ପ୍ରଭାବିତ ହେବ। ଜଳକା ନଦୀ ମାଖନୀ ବ୍ରିଜ ପାଖରେ ସନ୍ଧ୍ୟା ସୁଦ୍ଧା ୬.୮ରୁ ୭ ମିଟର ବିପଦ ସଂକେତ ଜଳ ହେବ ବୋଲି ସମ୍ଭାବନା ରହିଛି ।