ନକ୍ସଲ ବିରୋଧି ଅପରେସନରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଛତିଶଗଡ-ତେଲେଙ୍ଗାନା ସୀମାରେ ଏନକାଉଣ୍ଟର ।  ଆଜି ପୁଣି ଏନକାଉଣ୍ଟରରେ ୩ ଜଣ ମାଓବାଦୀଙ୍କୁ ନିପାତ କରିଛନ୍ତି ସୁରକ୍ଷାକର୍ମୀ। ବିଜାପୁରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀ ନିପାତ ହୋଇଥିବା ସୂଚନା ମିଳିଛି। ଏନେଇ ବିଜାପୁର ଜିଲ୍ଲା ଏସ୍‌ପି ଜିତେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି।ଘଟଣାସ୍ଥଳରୁ ନକ୍ସଲଙ୍କ ମୃତଦେହ ସହିତ ଗୋଟିଏ AK 47, ଲାଇଟ୍ ମେସିନ ଗନ, ବିସ୍ଫୋରଣ ସାମଗ୍ରୀ ଓ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

ଏସପି ଯାଦବଙ୍କ ସୂଚନା ଅନୁସାରେ, ଆଜି ବିଜାପୁର କରିଗୁଟା ଜଙ୍ଗଲରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ କରୁଥିରେ। ଏହି ସମୟରେ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ୩ ମାଓବାଦୀ ନିପାତ ହୋଇଛନ୍ତି। ଏଥିସହ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି।

ଲୋକସଭା ନିର୍ବାଚନ ଘୋଷଣା ହେବା ପରଠାରୁ ବିଜାପୁର ଜିଲ୍ଲାରେ ଅପରେସନ ଜାରି ରଖିଛନ୍ତି ସୁରକ୍ଷାକର୍ମୀ। ଏପ୍ରିଲ ୨ରେ ଉକ୍ତ ଅଞ୍ଚଳରେ ଏନକାଉଣ୍ଟର କରିଥିଲେ ସୁରକ୍ଷାକର୍ମୀ। ଏଥିରେ ୪ ଜଣ ମାଓବାଦୀ ନିପାତ ହୋଇଥିଲେ। ଏହା ପୂର୍ବରୁ ମଧ୍ୟ ସର୍ଚ୍ଚ ଅପରେସନରେ ବେଳେ ୬ ଜଣ ନକ୍ସଲ ନିପାତ ହୋଇଥିଲେ।

Leave A Reply

Your email address will not be published.