ଟିଏମ୍‌ସି ନେତାଙ୍କୁ ବାନ୍ଧିବାକୁ ଯାଇ ଆକ୍ରମଣର ଶିକାର ହେଲେ  NIA ଟିମ୍‌

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଟିଏମ୍‌ସି ନେତାଙ୍କୁ ବାନ୍ଧିବାକୁ ଯାଇ ଆକ୍ରମଣର ଶିକାର ହେଲେ  NIA ଟିମ୍‌। ଏକ ବିସ୍ଫୋରଣ ମାମଲାରେ ତୃଣମୂଳ କଂଗ୍ରେସ ନେତା ମନବେନ୍ଦ୍ର ଜାନାଙ୍କୁ ବାନ୍ଧିବାକୁ ଆଜି ଭୋରରୁ ଯାଇଥିବା  NIA ଟିମ୍‌ ଉପରେ ହୋଇଛି ଆଖିବୁଜା ପଥର ମାଡ଼ ।

ମିଳିଥିବା ସୂଚନା ଅନୁସାରେ NIA ଟିମ୍ ଶନିବାର ସକାଳେ ତୃଣମୂଳ କଂଗ୍ରେସର ନୂଆ ନେତାଙ୍କ ଘରେ ୨୦୨୨ରେ ହୋଇଥିବା ବମ୍ ଧମାକା ଘଟଣାର ଯାଞ୍ଚ ପାଇଁ ପହଞ୍ଚିଥିଲେ । ଯେତେବେଳେ NIA ଅଧିକାରୀ ଏହି ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ ଧରି ନିଜ ସାଥୀରେ ନେଇ ଯାଉଥିଲେ ସେତେବେଳେ ପ୍ରାୟ ୧୫୦ରୁ ଅଧିକ ଗ୍ରାମବାସୀ NIA ଅଧିକାରୀଙ୍କୁ ଘେରି ଯାଇଥିଲେ ଓ ସେମାନଙ୍କ ଗାଡି ଉପରକୁ ପଥର ବର୍ଷା କରିଥିଲେ ।NIA ଟିମ୍ ନିଜ ସହ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସୀ ବା ସିବିଆଇ ଟିମ୍‌କୁ ବି ସାଥିରେ ନେଇଥିଲେ ।

ଏଠାରେ ସୂଚାଇ ଦିଆଯାଇପାରେ କି ପୂର୍ବ ମେଦିନୀପୁରର ଭୂପତିନଗରରେ ଡିସେମ୍ବର ୩ ୨୦୨୨ରେ ହୋଇଥିବା ବିସ୍ଫୋରଣରେ ବହୁ ଲୋକଙ୍କ ଘର ଧ୍ୱଂସ ହୋଇଯାଇଥିଲା । ଏହି ଘଟଣାରେ ୩ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପଚରାଉଚୁରା କରିବା ପାଇଁ – ଗତ ମାସରେ ତୃଣମୂଳ କଂଗ୍ରେସର ୮ ନେତାଙ୍କୁ ନୋଟିସ୍ ପଠାଇଥିଲା ।

Leave A Reply

Your email address will not be published.