ଆଜି ବିଜେପିର ୪୫ତମ ପ୍ରତିଷ୍ଠା ଦିବସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଜି ବିଜେପିର ୪୫ତମ ପ୍ରତିଷ୍ଠା ଦିବସ। ପାର୍ଟି ୬ ଅଗଷ୍ଟ ୧୯୮୦ ମସିହାରେ ପ୍ରତିଷ୍ଠିତ ହୋଇଥିଲା। ଏହି ବର୍ଷଗୁଡ଼ିକ ମଧ୍ୟରେ ବିଜେପି ଆଜି ବିଶ୍ୱର ଅନ୍ୟତମ ଲୋକପ୍ରିୟ ଦଳ ହୋଇପାରିଛି। ବିଜେପିର ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶରେ ଉପସ୍ଥିତ ଥିବା ଦଳର କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଜି ଦଳ ପକ୍ଷରୁ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଛି ।

ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପତାକା ଉତ୍ତୋଳନ କରିବା ସହ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏଥିରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହ ଅନେକ ବରିଷ୍ଠ ନେତା ଓ କେନ୍ଦ୍ରମନ୍ତ୍ରୀମାନେ ସାମିଲ ହୋଇଥିଲେ । ୬ ଏପ୍ରିଲ ୧୯୮୦ ମସିହାରେ ପ୍ରତିଷ୍ଠା ହୋଇଥିଲା ଭାରତୀୟ ଜନତା ପାର୍ଟି । କଂଗ୍ରେସ ବିରୋଧରେ ଦେଶରେ ଗଢ଼ି ଉଠିଥିବା ରାଜନୈତିକ ଶକ୍ତି ଭାବେ ଭାରତୀୟ ଜନସଂଘର ଜନ୍ମ ହୋଇଥିଲା ।

ପରେ ଅଟଳବିହାରୀ ବାଜପେୟୀ ଓ ଲାଲକୃଷ୍ଣ ଆଡଭାନୀଙ୍କ ନେତୃତ୍ୱରେ ଜନସଂଘ ନେଇଥିଲା ଭାରତୀୟ ଜନତା ପାର୍ଟିର ରୂପ । ମାତ୍ର ୨ଟି ସାଂସଦ ଥିବା ଦଳ ଆଜି ବିଶ୍ୱର ସବୁଠୁ ବଡ଼ ରାଜନୈତିକ ଦଳର ରୂପ ନେଇଛି । ୨୦୧୪ ପରେ ବିଜେପିକୁ ମିଳିଛି ବଡ଼ ସଫଳତା । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ବିଜେପି ଲଗାତର ଦୁଇ ଥର ଦେଶରେ ଏକକ ସଂଖ୍ୟା ଗରିଷ୍ଠତା ସହ ସରକାର ଗଠନ କରିଛି ।

Leave A Reply

Your email address will not be published.