ତାଳଚେର NTPCରେ ବଡ଼ ଧରଣର ଅଗ୍ନିକାଣ୍ଡ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜିଲ୍ଲାର ତାଳଚେର କଣିହାଁ ସ୍ଥିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ NTPC ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ପ୍ଲାଣ୍ଟ ଭିତରେ ଥିବା କନଭେୟର ବେଲ୍ଟରେ ନିଆଁ ଲାଗିଛି । କୋଇଲା ଡିପୋରୁ ପ୍ଲାଣ୍ଟ ଭିତରକୁ ଯାଇଥିବା କନଭେୟର ବେଲ୍ଟରେ ନିଆଁ ଲାଗିଛି । ତେବେ ପ୍ଲାଣ୍ଟ ଭିତରେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ୫ଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ନିୟୋଜିତ ହୋଇଛି ।

କୋଇଲା ଡିପୋରୁ ପ୍ଲାଣ୍ଟ ଭିତରକୁ ଯାଇଥିବା କନଭେୟର ବେଲ୍ଟରେ କୋଇଲା ଯୋଗୁଁ ଏହି ନିଆଁ ଲାଗିଥିବା ଅନୁମାନ କରାଯାଉଛି । ତେବେ ୨ଟି ଅଗ୍ନିଶମ ବିଭାଗ ନିଆଁ ଲିଭା କାର୍ଯ୍ୟରେ ମୁତୟନ ହୋଇଥିବା ବେଳେ ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି । ଅନ୍ୟପଟେ ଏନେଇ ପ୍ଲାଣ୍ଟ କର୍ତ୍ତୃପକ୍ଷ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି । ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ଅନୁଗୋଳ ଜିଲ୍ଲା ତାଳଚେର କଣିହାଁ ସ୍ଥିତ ଥର୍ମାଲ ପ୍ଲାଣ୍ଟ୍ NTPC (ନେସନାଲ ଥର୍ମାଲ ପାଓ୍ୱାର କର୍ପୋରେସନ) ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ।

ପ୍ଲାଣ୍ଟରେ ଥିବା କନଭେୟର ବେଲ୍ଟରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ତେବେ ଉପସ୍ଥିତ କର୍ମଚାରୀମାନେ ଏହାକୁ ଦେଖି ଏନେଇ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲା । ନିଆଁ ଲିଭା କାର୍ଯ୍ୟରେ 2 ଦମକଳବାହିନୀ ନିୟୋଜିତ ହୋଇଥିବା ବେଳେ ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରିଥିଲା ଟିମ୍ ।

Leave A Reply

Your email address will not be published.