ବିଜେଡିରେ ମିଶିଲେ ଆଠମଲ୍ଲିକ ବିଧାୟକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆସନ୍ତା ମାସ ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବ । ସେହିପରି ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ଏହା ମଧ୍ୟରେ ରାଜନୈତିକ ଦଳମାନେ ପର୍ଯ୍ୟାୟକ୍ରମେ ବିଧାନସଭା ଓ ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି । ଏଭଳି ସ୍ଥିତିରେ କିଛି ନେତା ଅନ୍ୟ ଦଳରେ ସାମିଲ ହେଉଥିବାର ଦେଖାଯାଉଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତରୀୟ ଦେଇ ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି।

ଗତକାଲି ବିଜୁ ଜନତା ଦଳ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ରମେଶ ସାଏ। ନଳିନୀ ପ୍ରଧାନଙ୍କୁ ଦଳ ଟିକେଟ ଦେବାରୁ ବିଜେଡି ଛାଡ଼ିଥିଲେ ରମେଶ। ଆଜି ବିଜେପିରେ ସାମିଲ ହୋଇଛନ୍ତି ରମେଶ ଚନ୍ଦ୍ର ସାଏ। ଶତାଧିକ ସହଯୋଗୀଙ୍କ ସହ ପହଁଚି କତଡା ନିକଟରେ ଚାଲିଥିବା ବୁଥ ସ୍ତରୀୟ ବିଜେପି କର୍ମଶାଳାରେ ସାମିଲ ହୋଇଛନ୍ତି। ତେବେ ଗତକାଲି ଆଠମଲ୍ଲିକ ବିଧାୟକ ବିଜେଡିରୁ ଇସ୍ତଫା ଦେଇଥିବା ବେଳେ ଆଜି ସେ ବିଜେପିରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ରମେଶ ପଦ୍ମରେ ସାମିଲ ହୋଇଛନ୍ତି । ବ୍ୟକ୍ତିଗତ କାରଣରୁ ରମେଶ ବିଜେଡିର ପ୍ରାଥମିକ ସଦସ୍ୟ ପଦ ଛାଡ଼ିଥିଲେ ।

୨୦୧୯ ନିର୍ବାଚନରେ ସେ ବିଜେଡି ଟିକେଟରେ ନିର୍ବାଚନ ଜିତିଥିଲେ । ମାତ୍ର ବର୍ତ୍ତମାନ ପରିସ୍ଥିତିରେ ସେ ଦଳରେ କାର୍ଯ୍ୟ କରିବାକୁ ଅସମର୍ଥ ବୋଲି ଇସ୍ତଫା ପତ୍ରରେ ଉଲ୍ଲେଖ କରିଥିଲେ । ସୂଚନାଯୋଗ୍ୟ ଯେ, ଗତ ୩ ତାରିଖରେ ସୋର ବିଧାୟକ ବିଜେଡିରୁ ଇସ୍ତଫା ଦେଇଥିଲେ । ଏଥିସହିତ ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ମଧ୍ୟ ଦଳ ଛାଡ଼ିଥିଲେ ।

Leave A Reply

Your email address will not be published.