ଓଡ଼ିଶାର ସୁପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସ୍ବାଧୀନତା ସଂଗ୍ରମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଆଜି ଜନ୍ମ ବାର୍ଷିକୀ । 127 ତମ ଜୟନ୍ତୀ ପାଳୁଛି ଦେଶ । ଆଜିର ପବିତ୍ର ଦିନରେ ତାଙ୍କ ଜନ୍ମ ଦିବସକୁ ସ୍ମରଣ କରୁଛନ୍ତି ଦେଶବାସୀ । ନେତାଜୀଙ୍କ ଜୀବନୀ, ସାହସ ଏବଂ ପରାକ୍ରମ ସହିତ ଜଡିତ । ଦେଶକୁ ସ୍ବାଧୀନତା କରାଇବାଇରେ ନେତାଜୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା । ତେଣୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ମଧ୍ୟ ପାଳନ କରାଯାଏ ।

ଦେଶକୁ ବ୍ରିଟିଶମାନଙ୍କ ଦାସତ୍ୱରୁ ମୁକ୍ତ କରିବାରେ ସୁଭାଷ ଚନ୍ଦ୍ର ବୋଷ ତୁଲାଇଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା। ସେ ଥିଲେ ମୁକ୍ତି ସଂଗ୍ରାମର ମହାନ ଯୋଦ୍ଧା। ସ୍ଵାଧୀନତା ସଂଗ୍ରାମର ସଶସ୍ତ୍ର ସୂତ୍ରଧର। ଆଉ ଜଣେ ଏପରି ସାହସୀ ବୀର, ଯାହାଙ୍କ ଚିନ୍ତାଧାରା ଯୁବଗୋଷ୍ଠୀଙ୍କ ମନରେ ଭରିଦେଉଥିଲା ଦେଶପ୍ରେମର ବହ୍ନି। ସ୍ୱାଧୀନତା ପାଇଁ ପ୍ରଶାସନିକ ଚାକିରିରୁ ସନ୍ନ୍ୟାସ ନେଇଥିଲେ ନେତାଜୀ।

୧୯୨୧ରେ ଆଇସିଏସର ତାଲିମ ନେଉଥିବା ବେଳେ ଭାରତରେ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ଘଟିଥିଲା, ଏହି ଖବର ନେତାଜୀଙ୍କୁ ବ୍ୟଥିତ କରିଥିଲା। ସେ ଅଧାରୁ ତାଲିମ ଛାଡ଼ି ଭାରତ ଫେରି ଆସିଥିଲେ ଏବଂ ଆଜାଦ ହିନ୍ଦ ଫୌଜ ଗଠନ କରିଥିଲେ।

ଧୀରେ ଧୀରେ ବ୍ରିଟିଶରଙ୍କ ବିରୁଦ୍ଧରେ ଦେଶର ଯୁବପିଢିଙ୍କୁ ଏକଜୁଟ କରାଇବାରେ ସଫଳ ହୋଇଥିଲେ ନେତାଜୀ। ତାଙ୍କ ଆହ୍ୱାନରେ ଜାଗି ଉଠୁଥିଲେ କୋଟି କୋଟି ଭାରତୀୟ। ସ୍ୱାଧୀନତା ସଂଗ୍ରାମରେ ତାଙ୍କ ଅବଦାନ ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ। ତାଙ୍କ ସାହସ ଏବଂ ବୀରତ୍ୱକୁ ସମ୍ମାନ ଜଣାଇ ପ୍ରତିବର୍ଷ ଜାନୁଆରୀ ୨୩ରେ ପରାକ୍ରମ ଦିବସ ପାଳନ କରାଯାଏ।

Leave A Reply

Your email address will not be published.