ଚୀନରେ ଶକ୍ତିଶାଳୀ ଭୂମିକମ୍ପ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଚୀନରେ ଶକ୍ତିଶାଳୀ ଭୂମିକମ୍ପ ଝଟକା । ଚୀନର ଦକ୍ଷିଣ ଜିନ୍‌ଜିଆଙ୍ଗରେ ୭.୨ ତୀବ୍ରତାରେ ଭୂକମ୍ପ ହୋଇଛି । ଯାହାର ପ୍ରଭାବରେ ଥରିଛି ଦିଲ୍ଲୀ ଏନସିଆର । ସୋମବାର ବିଳମ୍ବିତ ରାତିରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଏହାର କେନ୍ଦ୍ରସ୍ଥଳି ନେପାଳ-ଚୀନ ସୀମାନ୍ତ ଅଞ୍ଚଳ ବୋଲି କୁହାଯାଇଛି । ଭୂମିକମ୍ପରେ ଏତେ ଭୀଷଣ ଝଟକା ଲାଗିଥିଲା ଭୟରେ ଲୋକେ ଘରୁ ବାହାରି ଆସିଥିଲେ । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସୂଚନା ଅନୁୟାୟୀ, ସୋମବାର ବିଳମ୍ବିତ ରାତିରେ ଚୀନରେ ୭.୨ ତୀବ୍ରତାରେ ଭୂକମ୍ପ ଅନୁଭୂତ ହୋଇଛି । ଏହାର କେନ୍ଦ୍ରସ୍ଥଳ ରହିଛି ଦକ୍ଷିଣ ଜିନ୍‌ଜିଆଙ୍ଗ । ଏହାର ଗଭୀରତା 80 କିଲୋମିଟର ରହିଥିବା ବେଳେ ଅକ୍ଷାଂଶ 40.96 ଓ ଏହାର ଦ୍ରାଘିମା 78.30 ରହିଛି । ଦିଲ୍ଲୀ ଏନସିଆର ସମେତ ଭାରତର ବିଭିନ୍ନ ସ୍ଥାନରେ ଏହି ଶକ୍ତିଶାଳୀ ଭୂମିକମ୍ପର ପ୍ରଭାବ ଅନୁଭୂତ ହୋଇଛି । ଭୂକମ୍ପ ପରେ ସମସ୍ତେ ଭୟରେ ଘର ବାହାରକୁ ପଳାଇ ଆସିଥିଲେ । କ୍ଷୟକ୍ଷତି ସମ୍ବନ୍ଧୀୟ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ଅନୁଯାୟୀ, ଚୀନର ଦକ୍ଷିଣୀ ଝଞ୍ଜିୟାଙ୍ଗ ସହର ଭୂମିକମ୍ପ ଝଟକା ଲିଗଛି । ଏହାର କେନ୍ଦ୍ରସ୍ଥଳି ଭୂପୃଷ୍ଠରୁ ୮୦ କିଲୋମିଟର ଗଭୀରତାରେ ରହିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୨ ରେକର୍ଡ କରାଯାଇଛି । ଚୀନ ସରକାରୀ ନ୍ୟୁଜ ଏଜେନ୍ସି ଶିହ୍ନୁଆର ସୂଚନା ମୁତାବକ, ସୋମବାର ବିଳମ୍ବିତ ରାତି ଏବଂ ମଙ୍ଗଳବାର ଭୋରରୁ ପଶ୍ଚିମ ଶନାଜିୟାଙ୍ଗ କ୍ଷେତ୍ରରେ ୭.୧ ତୀବ୍ରତା ବିଶିଷ୍ଟ ଶକ୍ତିଶାଳୀ ଭୂମିକମ୍ପ ଝଟକା ଲାଗିଥିଲା । ସ୍ଥାନୀୟ ସମୟ ଅନୁଯାୟୀ ରାତି ପ୍ରାୟ ୨ଟା ପରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହା ପରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି ।

ଏହାର ତୀବ୍ରତା ୪.୫ ରେକର୍ଡ କରାଯାଇଛି ।ରିପୋର୍ଟ ମୁତାବକ, ଭୂମିକମ୍ପ ଝଟକା ପରେ କାର୍ଗିସ୍ତାନ-ଝିଞ୍ଜିୟାଙ୍ଗ ବୋର୍ଡର ଅଞ୍ଚଳରେ ଅଧିକାଂଶ ଘର ଭାଙ୍ଗିଥିବାର ସୂଚନା ମିଳିଛି । ଏଥିରେ ଅନେକ ଲୋକ ମଧ୍ୟ ଆହତ ହୋଇଛନ୍ତି । ଭୂକମ୍ପ ପରେ ଶିନାଜିୟାଙ୍ଗ ରେଳ ବିଭାଗ ୨୭ଟି ଟ୍ରେନ ଚଳାଚଳକୁ ତୁରନ୍ତ ରଦ୍ଦ କରିଥିଲା । ଆମେରିକ ଭୂବିଜ୍ଞାନୀଙ୍କ ସର୍ଭେ ଅନୁଯାୟୀ, ଭୂମିକମ୍ପ ଝଟକା ତିୟାନ ଶାନ ମାଉଣ୍ଟନ ରେଞ୍ଜରେ ଲାଗିଛି । ୧୯୭୮ରେ ଏହି କ୍ଷେତ୍ରରେ ଭୀଷଣ ଭୂମିକମ୍ପ ଆସିଥିଲା । ଏହାପରେ ଏହା ସବୁଠାରୁ ବଡ଼ ଭୂମିକମ୍ପ ।

Leave A Reply

Your email address will not be published.